You are currently viewing ଜାଣନ୍ତୁ କଲରା ଖାଇଲେ କ’ଣ ଫାଇଦା ମିଳେ…

ଜାଣନ୍ତୁ କଲରା ଖାଇଲେ କ’ଣ ଫାଇଦା ମିଳେ…

କଲରା ହେଉଛି ଭିଟାମିନ୍ ଏବଂ ମିନେରାଲ୍ସର ଏକ ସମୃଦ୍ଧ ଉତ୍ସ । ଏଥିରେ ଆଇରନ୍ , ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଭିଟାମିନ୍ ରହିଥାଏ ।
କଲରା ଆମର ଆଭ୍ୟନ୍ତରୀଣ ରକ୍ତ ସଂଚାଳନକୁ ଉନ୍ନତ କରେ । ଯଦି ଆପଣଙ୍କୁ କୌଣସି ପ୍ରକାର ଚର୍ମ ରୋଗ ଥାଏ କିମ୍ବା ଚର୍ମରେ କଳାଦାଗ ହେଉଥାଏ ତେବେ ତାହା ମଧ୍ୟ ଠିକ୍ ହୋଇଥାଏ ।
ଏହା ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ, ଯାହାଦ୍ୱାରା ହୃଦ୍‌ରୋଗ ଏବଂ ଷ୍ଟ୍ରୋକର ଆଶଙ୍କା କମିଯାଇଥାଏ ।


କଲରା ଶରୀର ରେ ପ୍ରତିର.. ପ୍ରଣାଳୀକୁ ମଜଭୁତ କରେ, ଶ୍ୱାସକ୍ରିୟାରେ ଉନ୍ନତି ଆଣେ ଏବଂ ଏହା ଚର୍ମକୁ ସ୍ୱାସ୍ଥ୍ୟକର ବନେଇଥାଏ । କଲରାରେ ପଲିପେପ୍‌ଟାଇଡ୍ ନାମକ ଏକ ଇନ୍‌ସୁଲିନ ଯୌଗିକ ଅଛି, ଯାହାକୁ ଚାରାଣ୍ଟିନ୍ ବୋଲି କୁହାଯାଏ । ଏଥିରେ ଆଣ୍ଟି ଡାଇବେଟିସ୍ ଗୁଣ ରହିଛି । ଯାହାକି ଆମ ଶରୀରରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାର୍ଯ୍ୟ କରେ ।


ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । କଲରା ଡାଏଟାରୀ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ । ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟତା ଦୂର ହୋଇଥାଏ । କଲରାରେ କ୍ୟାଲୋରୀ ,ଚର୍ବି , ଏବଂ କାର୍ବୋହାଇଡ୍ରେଟ୍ କମ୍ ଥାଏ । ଏଗୁଡିକ ମିଶି ଶରୀରର ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ । କଲରାରେ ୮୦ ରୁ୮୫ ପ୍ରତିଶତ ପାଣି ରହିଥାଏ ଏବଂ ଏହା ମେଟାବୋଲିଜିମ୍‌କୁ ମଧ୍ୟ ଉନ୍ନତ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।