You are currently viewing ଧନିଆପତ୍ର ଶରୀର ପାଇଁ ବେଶ ଉପକାରୀ

ଧନିଆପତ୍ର ଶରୀର ପାଇଁ ବେଶ ଉପକାରୀ

ଧନିଆ ପତ୍ର ତରକାରୀରେ ପକାଇଲେ ଖାଇବାକୁ ଅତ୍ୟନ୍ତ ସୁଆଦିଆ ଲାଗିଥାଏ। ଖାଦ୍ୟକୁ ପ୍ଲେଟ୍‌ରେ ସଜାଇବା ପାଇଁ ମଧ୍ୟ ଆମେ ଧନିଆପତ୍ରର ବ୍ୟବହାର କରିଥାଉ। ଖାଦ୍ୟର ସ୍ୱାଦ ବଢ଼ାଉଥିବା ଧନିଆପତ୍ର ଆମ ଶରୀର ପାଇଁ ବି ବେଶ ଉପକାରୀ ହୋଇଥାଏ।

ଧନିଆ ପତ୍ରରେ ପୋଟାସିୟମ୍, କ୍ୟାଲସିୟମ, ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଧନିଆ ପତ୍ର ଖାଇବା ଦ୍ୱାରା କେଉଁ ସବୁ ଫାଇଦା  ମିଳିଥାଏ ଆସନ୍ତୁ ଜାଣିବା। ଏକ ଗ୍ଲାସ ପାଣିରେ ଧନିଆ ପତ୍ରକୁ ପକାଇ ଫୁଟାଇ ଫୁଟାନ୍ତୁ ପାଣି ଅଧା ହୋଇଯିବା ପରେ ତାହାକୁ ଛାଣି ପିଅନ୍ତୁ। ଏହା ଓଜନ ହ୍ରାସ କରାଇବା ରେ ସାହାଯ୍ୟ କରିଥାଏ।

ଧନିଆ ପତ୍ର ଜୁସ୍‌ରେ ଅଳ୍ପ ଚିନି ମିଶାଇ ପିଅନ୍ତୁ। ଏମିତି କଲେ ଏସିଡିଟି ସମସ୍ୟା ଦୂର ହୋଇଯାଏ। ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ସ୍ତର ବଢ଼ି ଯାଇଛି, ତା’ହେଲେ ଧନିଆ ପତ୍ର ଖାଆନ୍ତୁ। ଧନିଆ ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଓ ହାଡ଼ ମଜଭୁତ ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।