You are currently viewing ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ କରେ ହଳଦୀ, ଜାଣନ୍ତୁ ଉପକାରିତା

ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ କରେ ହଳଦୀ, ଜାଣନ୍ତୁ ଉପକାରିତା

ହଳଦୀକୁ ସାଧାରଣତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। କାରଣ ହଳଦୀ ବିନା କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଣୁ ପ୍ରତିଟି ରୋଷେଇ ଘରେ ଏହା ବହୁତ ସହଜରେ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି ହଳଦୀ ଯେପରି ଆମ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ, ଠିକ ସେପରି ଏହା ଆମ  ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ମାତ୍ରାରେ  ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ହଳଦୀର ଉପକାରିତା କଣ ରହିଛି ।

ହଳଦୀ  ଆମ ଚର୍ମ କୋଷ ଗୁଡିକୁ ପୋଷଣ ଦେବାରେ ସାହାଯ୍ୟ କରିଥାଏ ।  ଯାଦ୍ୱାରା ତ୍ୱଚାରେ ଚମକ ଦେଖାଯିବା ସହ ଅଧିକ ସୁନ୍ଦର ଦେଖାଯାଇଥାଏ। ଏଥିପାଇଁ ପ୍ରତିଦିନ ହଳଦୀର ବ୍ୟବହାର କରିବା ନିତାନ୍ତ ଆବଶ୍ୟକ ।

Salem Haldi (Turmeric) Powder 500 gms - Sunfarm

ସେହିପରି ଆପଣ ହଳଦୀ ପାଣିରେ  ମହୁ ଏବଂ ଲେମ୍ବୁ ରସ ମିଶାଇ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥାଏ । ପ୍ରତିଦିନ ହଳଦୀ ଲଗାଇ ସ୍ନାନ କରିବା ଓ ହଳଦୀ ପାଣି  ପିିଇବା ଦ୍ୱାରା କାଛୁକୁଣ୍ଡିଆ ରୋଗରୁ ମୁକ୍ତି ମିଳିଥାଏ ।

ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଅନେକ ସମସ୍ୟା ମଧ୍ୟ ପେଟରୁ  ଆରମ୍ଭ ହୋଇଥାଏ ।  ଏଥିପାଇଁ ଆପଣ ପ୍ରତିଦିନ ଖାଦ୍ୟରେ ହଳଦୀ ମଧ୍ୟ ସାମିଲ କରିପାରିବେ।

Turmeric Powder (200 GM) — Organic Mandya

ଆଜିକାଲି ପ୍ରାୟତଃ ଲୋକଙ୍କ ଗଣ୍ଠି ସମସ୍ୟା ଦେଖାଯାଉଛି । ଏହି ସମସ୍ୟା ଥିଲେ ଆପଣ ହଳଦୀ ପାଣି ପିଇବା  ଦ୍ୱାରା ଗଣ୍ଡି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।  ଏଥିସହ ହଳଦୀକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।