You are currently viewing ଦାଗ ବିହୀନ ଓ ଗ୍ଲୋ ଚେହାର ପାଇଁ କରନ୍ତୁ ଏପରି କିଛି ଘରୋଇ ଉପଚାର…

ଦାଗ ବିହୀନ ଓ ଗ୍ଲୋ ଚେହାର ପାଇଁ କରନ୍ତୁ ଏପରି କିଛି ଘରୋଇ ଉପଚାର…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଖରାପ ଜୀବନଯାପନ ପ୍ରଣାଳୀ ଯୋଗୁ ଆମେ ନିଜ ଚେହେରାର ଧ୍ୟାନ ରଖିପାରୁ ନାହେଁ । ଆମ ଚେହେରା ବହୁତ ସମ୍ବେଦନଶୀଳ ହୋଇଥାଏ ତେଣୁ ଏହାର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ଏଥିପାଇଁ ଆମେ ବିଭିନ୍ନ ପ୍ରକାର କ୍ରିମ୍ ଓ ଫେସ୍‌ୱାସ୍ ର ବ୍ୟବହାର କରିଥାଉ। ଏହାଛଡା ଚେହେରାକୁ ସୁସ୍ଥ ରଖିବା ପାଇଁ ଟୋନର୍ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।


କାକୁଡିର ଟୋନର୍ :
କାକୁଡି ଶରୀର ପାଇଁ ବହୁତ ଉପଯୋଗୀ । ଏଥିରେ ୯୬ ପ୍ରତିଶତ ପାଣି ଥାଏ, ଯାହାକି ଶରୀରରେ ଡିହାଇଡ୍ରେସନ୍‌ର କମିକୁ ପୁରା କରିଥାଏ ଏବଂ ଏହା ଆଖି ତଳର କଳା ଦାଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । କାକୁଡିରେ ବାୟୋଟିନ୍‌, ଭିଟାମିନ୍ ଏ, ବି, ଏବଂ ସି ଏବଂ ପୋଟାସିୟମ ଆଦି ରହିଥାଏ ।


ପ୍ରସ୍ତୁତ କରିବାର ଉପାୟ:
1. ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କାକୁଡିକୁ ଛୋଟ ଛୋଟ କାଟି ଏହାର ରସ ବାହାର କରନ୍ତୁ । ଏବେ ଏହି ରସକୁ ଗୋଲାପ ଜଳ ସହ ମିଶାଇ ସ୍ପ୍ରେ ବୋତଲରେ ରଖିିିିଦିଅନ୍ତୁ । ଏବଂ ସବୁ ଦିନ ଏହାକୁ ବ୍ୟବହାର କରନ୍ତୁ ।


2. କାକୁଡି ରସରେ ଲେମ୍ବୁର ରସ କିମ୍ବା ପୁଦିନା ର ରସ ମିଶାଇ ସ୍ପ୍ରେ ବୋତଲରେ ରଖି ଫ୍ରିଜ୍‌ରେ ରଖି ଦିଅନ୍ତୁ । ଏହାର ବ୍ୟବହାର ଦ୍ୱାରା ଚେହେରାକୁ ଥଣ୍ଡା ମିଳିଥାଏ ଏବଂ ଚେହେରାରେ ସୁନ୍ଦରତା ଆସିଥାଏ ।
ଲଗେଇବାର ପ୍ରଣାଳୀ :
. ତୁଳାରେ ଅଳ୍ପ ଟୋନର୍ ନେଇ ଚେହେରା ଓ ବେକରେ ଭଲ ଭାବରେ ଲଗାନ୍ତୁ ।
. ଟୋନରର ପ୍ରୟୋଗ ମୁହଁ ଧୋଇବା ପରେ କିମ୍ବା ସିରମ୍ ଓ ମଶ୍ଚରାଇଜର ବ୍ୟବହାର କରିବା ପୂର୍ବରୁ କରାଯାଏ ।
. ଏହା ଦିନ ଓ ରାତିରେ ବ୍ୟବହାର କରାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।