You are currently viewing ଏହି ଖାଦ୍ୟ ଦୂର କରିବ ରାଗ

ଏହି ଖାଦ୍ୟ ଦୂର କରିବ ରାଗ

ବେଳେବେଳେ କିଛି ଖରାପ କଥାରେ ରାଗ ଆସିବା ତାହା ସ୍ୱାଭାବିକ । କିନ୍ତୁ ଯଦି ସବୁ କଥାରେ ଏବଂ ପ୍ରାୟ ସବୁ ସମୟରେ ରାଗ ଆସେ ତାହା ବିପଦପୂର୍ଣ୍ଣ । ଏହାର ଅର୍ଥ ହେଉଛି ମସ୍ତିଷ୍କରେ ହରମୋନର ସ୍ତର ହ୍ରାସ ପାଉଛି ବା ହରମୋନ୍ ସନ୍ତୁଳିତ ନାହିଁ ।

ତେବେ ରାଗକୁ ଆୟତ୍ତ କରିବା ପାଇଁ ଆପଣ ଯୋଗ ଓ ପ୍ରାଣାୟମ କରି ପାରିବେ । ଏହା ସହ କିଛି ଖାଦ୍ୟ ପଦର୍ଥ ଅଛି ଯାହାକୁ ନିୟମିତ ସେବନ କରିବା ଦ୍ୱାରା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆସିଥାଏ ।

ତେଣୁ ଯଦି ଆପଣ ଅତ୍ୟଧିକ କ୍ରୋଧିତ ହେଉଛନ୍ତି, ତେବେ ଆପଣ ଏହି ଖାଦ୍ୟ ଖାଇବା ଉଚିତ୍ । ଏହି ଖାଦ୍ୟଗୁଡ଼ିକ ମନୋବଳକୁ ସ୍ଥିର କରିଥାଏ ଏବଂ ଆପଣଙ୍କୁ ସୁସ୍ଥ ମାନସିକତାର ଅନୁଭବ ଦେଇଥାଏ ।

ଦହି : ଦହି ଖାଇବା ଦ୍ୱାରା ମନୋବଳ ସତେଜ ରହିଥାଏ ଏବଂ ଏହା ରାଗକୁ କମ୍ କରିବାରେ ସାହାର୍ଯ୍ୟ କରେ ।

କଦଳୀ : ସକାଳେ କଦଳୀ ଖାଇବା ଦ୍ୱାରା ମଧ୍ୟ ମନୋବଳ ସୁସ୍ଥ ଓ ସତେଜ ରହିଥାଏ । ଏଥିରେ ଟ୍ରାଇପଟୋଫାନ୍ ଭରପୂର ମାତ୍ରାରେ ଥାଏ । ଏହି ଟ୍ରାଇପଟୋଫାନ୍ ମସ୍ତିଷ୍କରେ ସେରୋଟୋନିନ୍ ନାମକ ଖୁସି ହରମୋନ୍ ଉତ୍ପନ କରିବାରେ ସାହାଯ୍ୟ କରେ ।

ପିନଟ୍ ବଟର : ବାଦାମ ମଞ୍ଜି ଏବଂ ଭେଜିଟେବୁଲ ଅଏଲରେ ପ୍ରସ୍ତୁତ ଏହି ବଟର ରାଗ ନିୟନ୍ତ୍ରିତ କରିଥାଏ ।

କଫି : କଫି ଏଣ୍ଟିଡିପ୍ରେସନ୍ ଭଳି କାମ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ଟ୍ରେଷ୍ଟ କମ୍ ହୋଇଥାଏ ଏବଂ ରାଗ ନିୟନ୍ତ୍ରଣରେ ରହିଥାଏ ।

ଡାର୍କ ଚକୋଲେଟ୍ : ଯେତେବେଳେ ଆପଣଙ୍କୁ ପ୍ରବଳ ରାଗ ଆସୁଛି ଖଣ୍ଡେ ଡାର୍କ ଚକୋଲେଟ୍ ଖାଇ ଦିଅନ୍ତୁ । ଏହା ଦ୍ୱାରା ମୁଡ୍ ଠିକ୍ ହେବା ସହ ରାଗ ମଧ୍ୟ କମିଯାଏ ।

ଅଖରୋଟ୍ : ଓମେଗା ଫ୍ୟାଟି ଏସିଡ୍ ଓ ମ୍ୟାଗ୍ନେସିୟମ ରେ ଭରପୂର ଥିବା ଅଖରୋଟ୍ ଟ୍ରେଷ୍ଟ କମ୍ କରିଥାଏ । ଏହା ସହ ରାଗ ଉପରେ କଣ୍ଟ୍ରୋଲ ଆଣିବାରେ ସାହାଯ୍ୟ କରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।