You are currently viewing ଅତ୍ୟଧିକ ସାନିଟାଇଜ କରିବା ବି ଖରାପ!

ଅତ୍ୟଧିକ ସାନିଟାଇଜ କରିବା ବି ଖରାପ!

ସାନିଟାଇଜର ଶରୀର ପାଇଁ ଯେତିକି ଭଲ, ସେତିକି କ୍ଷତିକାରୀ ମଧ୍ୟ । ଯଦି ଆପଣ ବାରମ୍ବାର ହାତ ସାନିଟାଇଜ କରୁଛନ୍ତି, ତେବେ ଭଲ କଥା । କିନ୍ତୁ କିଛିଟା ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏବେ କରୋନା ମହାମାରୀର ସମୟ । ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଯାଉଛି ଯେ, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତକୁ ବାରମ୍ବାର ସାନିଟାଇଜ କିମ୍ବା ଧୋଇବା ପାଇଁ । ଏସବୁକୁ ମାନିବା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ।


ସାନିଟାଇଜର ଚର୍ମରେ ଥିବା ଭୂତାଣୁକୁ ଦୂର କରିଥାଏ । କିନ୍ତୁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଯେପରିକି ଯଦି ଆପଣ ହାତ ସାନିଟାଇଜ କରି ଆଖି କିମ୍ବା ଶରୀରର କୌଣସି ସମ୍ବେଦନଶୀଳ ଅଙ୍ଗରେ ସ୍ପର୍ଶ କରନ୍ତି । ତେବେ ସେ ସ୍ଥାନ ଲାଲ ପଡ଼ିଯିବା ସହ ଅନେକ ସମୟରେ ଜଳାପୋଡ଼ା ମଧ୍ୟ ହୋଇଥାଏ । କାରଣ ସେଥିରେ ଆଲକହଲର ମାତ୍ରା ଅଧିକ ଥାଏ । ତେଣୁ ତାହା ଭୂତାଣୁ ମାରିବାରେ ସହାୟକ ହୁଏ । ସେତିକି ଦରକାର ନଥିଲେ ଆପଣ ସାନିଟାଇଜର ବ୍ୟବହାର କରନ୍ତୁ ନାହିଁ । ସ୍ୱଚ୍ଛ ପାଣି ଓ ସାବୁନ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ ।

Child Hands Using Wash Hand Sanitizer Gel Pump Dispenser, Selected Focus

କାରଣ ସାବୁନ ବ୍ୟବହାର କରି ହାତ ଧୋଇଲେ ଭୂତାଣୁ ମରିବା ସହ ହାତ ଚିପଚିପା ମଧ୍ୟ ଲାଗିବନି । ସାନିଟାଇଜର ବ୍ୟବହାର କରି ସଙ୍ଗେସଙ୍ଗେ ସେହି ହାତରେ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ସେଥିରେ ଥିବା କେମିକାଲ ହାତର ମୂତାଣୁକୁ ମାରିଥାଏ । କିନ୍ତୁ ପେଟ ସମସ୍ୟା ଦେଖା ଦେବାର ଅନେକ ଆଶାଙ୍କା ରହିଛି । ଯଥାସମ୍ଭବ ଚେଷ୍ଟା କରନ୍ତୁ ସାବୁନରେ ହାତ ଧୋଇବା ପାଇଁ । ସେତିକି ଦରକାର ନହେଲେ ସାନିଟାଇଜର ବ୍ୟବହାର କରନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।