You are currently viewing ଡ୍ୟାନ୍ସ କରିକରି ପ୍ରସ୍ତୁତ କରୁଥିଲେ ନୋଡୁଲ୍ସ ଆଉ ତା’ପରେ…

ଡ୍ୟାନ୍ସ କରିକରି ପ୍ରସ୍ତୁତ କରୁଥିଲେ ନୋଡୁଲ୍ସ ଆଉ ତା’ପରେ…

ଜଣେ ଯୁବତୀ ନୋଡୁଲ୍ସ ପ୍ରସ୍ତୁତ କରୁକରୁ ଅଚାନକ ଗରମ କଢ଼ାଇକୁ ବୁଲାଇ ବୁଲାଇ ଝୁମିବାରେ ଲାଗିଲେ । ଏହାକୁ ଦେଖି ରାସ୍ତାରେ ଯାଉଥିବା ସବୁ ବର୍ଗର ବ୍ୟକ୍ତି ଏକାଠି ହୋଇ ତା’ର ମଜା ନେବା ପାଇଁ ଛିଡ଼ାହୋଇଗଲେ । କିଛି ବର୍ଷ ପୂର୍ବରୁ ସୋସିଆଲ ମିଡ଼ିଆରେ ‘ଗୈଗମ ଷ୍ଟାଇଲ’ ନାମକ ଏକ ଗୀତ ବେଶ୍ ହିଟ୍ ହୋଇଥିଲା । ପୁଣିଥରେ ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, କିନ୍ତୁ ନୂଆ ଅନ୍ଦାଜରେ ।

ବ୍ରେକ ଡ୍ୟାନ୍ସ ଶୈଳୀରେ ବାଜୁଛି ଗୀତ, ଆଉ ଗୀତର ତାଳେ ତାଳେ ଝୁମି ଜଣେ ଯୁବତୀ ନୋଡୁଲ୍ସ ପ୍ରସ୍ତୁତ କରୁଛନ୍ତି ବିଚ୍ ରାସ୍ତାରେ । ଏପାଳି କିନ୍ତୁ ଗୀତ ଉପରେ ନୁହେଁ ଲୋକଙ୍କ ନଜର ଯୁବତୀଙ୍କ ଡ୍ୟାନ୍ସ ଓ ରୋଷେଇ ପ୍ରସ୍ତୁତିର ଶୈଳୀ ଉପରେ ରହିଛି । ଏହି ଭିଡ଼ିଓଟିକୁ ସାରା ନାମକ ଜଣେ ଯୁବତୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଓ ଅନେକ ଏହାକୁ ଲାଇକ ମଧ୍ୟ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।