You are currently viewing ଏହି ଦିଗରେ ଡାଇନିଙ୍ଗ ଟେବୁଲ ରଖିବା ଦ୍ୱାରା ଘରେ ରହିଥାଏ ଶାନ୍ତି

ଏହି ଦିଗରେ ଡାଇନିଙ୍ଗ ଟେବୁଲ ରଖିବା ଦ୍ୱାରା ଘରେ ରହିଥାଏ ଶାନ୍ତି

ଖାଇବା ଟେବୁଲ୍ ପାଇଁ ଏକ ଉପଯୁକ୍ତ ସ୍ଥାନ ରହିବା ଦରକାର । ଯଦି ଏହା ଉପଯୁକ୍ତ ସ୍ଥାନରେ ନ ରହିଲା, ତେବେ ଏହା ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଡାଇନିଂ ଟେବୁଲ ଘରର ଦକ୍ଷିଣ ପୂର୍ବ ଦିଗରେ ରହିବା ଉଚିତ୍ ।

ଏହି ଦିଗରେ ଟେବୁଲ ଉପରେ ବସି ଖାଦ୍ୟ ଖାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ବଜାଇ ରହିଥାଏ । ଡାଇନିଂ ଟେବୁଲ ଆୟତାକାର କିମ୍ବା ବର୍ଗାକାରର ହେବା ଉଚିତ୍ । ଡାଇନିଂ ଟେବୁଲକୁ କେବେ ବି ଖାଲି ରଖନ୍ତୁ ନାହିଁ । ଏହା ଉପରେ କିଛି ଖାଦ୍ୟ କିମ୍ବା ପାଣି ରଖନ୍ତୁ ତେବେ ଘରେ ଖାଦ୍ୟର ଅଭାବ ରହିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।