ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ରପ୍ତାନିକାରୀମାନଙ୍କୁ ରପ୍ତାନି ଗୁଣବତ୍ତା ମାନ ଉପରେ ସରକାରୀ ଏଜେନ୍ସିରୁ ପ୍ରମାଣପତ୍ର ପାଇବାକୁ ପଡିବ । ବାଣିଜ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସୂଚିତ କରାଯାଇଛି ଯେ, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ରପ୍ତାନି ଗୁଣବତ୍ତା ନିୟନ୍ତ୍ରଣ କିମ୍ବା ଅନୁସନ୍ଧାନ ଉପରେ ନିର୍ଭର କରିବ।
ଏହି ମାମଲା ସେଠାରେ ଲାଗୁ ହେବ ଯେଉଁ କ୍ଷେତ୍ରରେ ଆମଦାନୀକାରୀ ଦେଶଗୁଡିକ ରପ୍ତାନି ପ୍ରମାଣପତ୍ର ଆବଶ୍ୟକ କରନ୍ତି । ମନ୍ତ୍ରଣାଳୟ ଅନୁଯାୟୀ, କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦ ଯଦି ଏହି ନିୟମକୁ ମାନନ୍ତି ନାହିଁ ତେବେ ରପ୍ତାନିରେ ପ୍ରତିବନ୍ଧକ ଲଗାଯିବ ।
ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ରପ୍ତାନି ବାଣିଜ୍ୟ ପରିଷଦ ସହିତ ପରାମର୍ଶ କରିବା ପରେ କେନ୍ଦ୍ର ସରକାର ମତ ଦେଇଛନ୍ତି । ରପ୍ତାନି ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହା ଆବଶ୍ୟକ । \’ ମନ୍ତ୍ରଣାଳୟ କହିଛି,’ତେଣୁ ଯଦି କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ନିର୍ଦ୍ଧିଷ୍ଟ ମାନଦଣ୍ଡକୁ ପାଳନ ନକରନ୍ତି, ତେବେ ସେମାନଙ୍କର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯିବ। ରପ୍ତାନି ପାଇଁ ସମସ୍ତ କ୍ଷୀର ଏବଂ ଦୁଗ୍ଧ ପଦାର୍ଥ ରପ୍ତାନି ଗୁଣବତ୍ତାର ପ୍ରମାଣପତ୍ର ବହନ କରିବ । ଏହା ଏଜେନ୍ସି ଦ୍ୱାରା ଜାରି କରାଯିବ ।’
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ