You are currently viewing ଭିଡ଼ିଓ ହେଲା ଭାଇରାଲ; ଜେସିବି ସାହାଯ୍ୟରେ କୁଣ୍ଡାଇଲେ ପିଠି

ଭିଡ଼ିଓ ହେଲା ଭାଇରାଲ; ଜେସିବି ସାହାଯ୍ୟରେ କୁଣ୍ଡାଇଲେ ପିଠି

ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ । ବଡ଼ ବଡ଼ ଗାତ ଖୋଳିବାରେ ବ୍ୟବହୃତ ହେଉଥିବା ଜେସିବି ମେସିନକୁ ଜଣେ ବୟସ୍କ ବ୍ୟକ୍ତି ନିଜ ପିଠି କୁଣ୍ଡାଇବାରେ ବ୍ୟବହାର କରିଛନ୍ତି । ଏହି ଭିଡ଼ିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ମାତ୍ର ୪୧ ସେକେଣ୍ଡର ଏହି ଭିଡ଼ିଓ । ଯେଉଁଥିରେ ପ୍ରଥମେ ଜଣେ ବୟସ୍କ ବ୍ୟକ୍ତି ନିଜ ପିଠିକୁ କପଡ଼ା ସାହାର୍ଯ୍ୟରେ ଜୋର୍‌ରେ ଘଷୁଛନ୍ତି ।

କିନ୍ତୁ ତାଙ୍କୁ ଶାନ୍ତି ମିଳୁନାହିଁ । ପରେ ସେ ପାଖରେ ଥିବା ଜେସିବି ମେସିନ ପାଖୁ ଯାଉଛନ୍ତି ଏବଂ ସେଥିରେ ନିଜ ପିଠିକୁ ଘଷି ତୃପ୍ତି ପାଉଛନ୍ତି । ଜେସିବି ଚାଳକ ମଧ୍ୟ ଏମିତି ଭାବରେ ଜେସିବି ପରିଚାଳନା କରୁଛନ୍ତି ଯେ, ବୟସ୍କ ବ୍ୟକ୍ତିଙ୍କର କୌଣସି କ୍ଷତି ଘଟୁନାହିଁ ।

ଏପଟେ ଭିଡ଼ିଓ କରୁଥିବା ବ୍ୟକ୍ତି ବହୁତ ଜୋର୍‌ରେ ହସୁଥିବାରୁ ଶୁଣିବାକୁ ମିଳୁଛି । ସାଧାରଣତଃ ଦୈନନ୍ଦିନ ଜୀବନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିନଥାଏ । ଆଶ୍ଚର୍ଯ୍ୟର କଥା ଏହା ଯେ, ଏତେ ଭାରି ମେସିନ ବ୍ୟକ୍ତିଙ୍କୁ ହାନୀ ପହଞ୍ଚାଇବା ବଦଳରେ ଶାନ୍ତି ପ୍ରଦାନ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।