You are currently viewing ଏଳଭି କଲେ ଘରେ ଆଉ ଝିଟିପିଟିଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବନି…

ଏଳଭି କଲେ ଘରେ ଆଉ ଝିଟିପିଟିଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବନି…

ଝିଟିପିଟି ସମ୍ପର୍କରେ ସମସ୍ତଙ୍କୁ ଜଣାଥାଏ । ଘରର କାନ୍ଥରେ ଏମାନେ ବୁଲୁଥିବାର ପ୍ରାୟ ନଜିର ରହିଛି । ଅନେକଙ୍କ ଘରେ ପ୍ରବଳ ମାତ୍ରାରେ ଏମାନେ ରହିଥାନ୍ତି । କିଛି କିଛି ବ୍ୟକ୍ତି ଏବଂ ଛୋଟ ଛୁଆ ଏହି ଶରୀଶୃପଟିକୁ ଦେଖିଲେ ଡରିଥାନ୍ତି । ଯଦି ଏହି ଶରୀଶୃପଟି ଉପଡ଼େ ପଡ଼ିଯାଇଥାଏ, ତେବେ କିଛି ଲୋକ ଅଶୁଭ ମାନିଥାନ୍ତି । ତେଣୁ ଏସବୁଠାରୁ ଦୂରେଇ ରହିବାକୁ ହେଲେ ଆମକୁ ପ୍ରଥମେ ଏମାନଙ୍କୁ ଘରୁ ଘଉଡ଼ାଇବାକୁ ପଡ଼ିବ । କୃତ୍ରିମ ଉପାୟରେ କିଭଳି ଏମାନଙ୍କୁ ଘରୁ କାଢ଼ିବା ଜାଣିରଖନ୍ତୁ ।

ଘରର ପ୍ରତ୍ୟେକ କୋଣରେ ଗନ୍ଧକର୍ପୁର ରଖିବା ଦ୍ୱାରା ସେମାନେ ଘର ଭିତରକୁ ପ୍ରବେଶ କରିନଥାନ୍ତି ।
ଅଣ୍ଡା ଖାଇବା ପରେ ତାର ଖୋଳକୁ ବାହାରେ ନଫୋପାଡ଼ି ଝିଟିପିଟି ଆସୁଥିବା ସ୍ଥାନରେ ରଖିଦେଲେ, ସେମାନେ ତା’ ଗନ୍ଧରେ ଆଉ ଘରକୁ ଆସିବେ ନାହିଁ ।


କଫି ପାଉଡର ଓ ଖଇର ମିଶାଇ ଏକ ପ୍ରକାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରି ଘରର ସବୁ ଦିଗରେ ରଖି ଦିଅନ୍ତୁ । ଦେଖିବେ ତା ଗନ୍ଧରେ ଧିରେ ଧିରେ ଘରକୁ ଝିଟିପିଟି ଆସିବା ବନ୍ଦ କରିଦେବେ ।
ରସୁଣ କୋଲାକୁ ସୂତାରେ ବାନ୍ଧି କବାଟ କିମ୍ବା ଝରକା ପାଖରେ ଟାଙ୍ଗିବା ଦ୍ୱାରା ଝିଟିପିଟି ଘରକୁ ଆସିନଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।