You are currently viewing ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ କେଉଁ କେଉଁ ସଙ୍କେତ ମିଳିଥାଏ

ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ କେଉଁ କେଉଁ ସଙ୍କେତ ମିଳିଥାଏ

ସଂସାରରେ ଜନ୍ମ ଭଳି ମୃତ୍ୟୁ ହେଉଛି ଏକ ନିରାଟ ସତ୍ୟ । ସାଧାରଣତ ଲୋକଙ୍କ ମନରେ ଏହା ଜାଣିବାକୁ ସର୍ବଦା ଇଚ୍ଛା ରହିଥାଏ ଯେ, ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଏ, ପୂର୍ବ ଜନ୍ମର ସତ୍ୟତା ଇତ୍ୟାଦି ବିଭିନ୍ନ ପ୍ରଶ୍ନ ମନରେ ଆସିଥାଏ । ଗରୁଡ ପୁରାଣରେ ଏହି ସବୁ ବିଷୟରେ କୁହାଯାଇଛି ।


ମନୁଷ୍ୟର ଛାଇ
ଯେତେବେଳେ କୌଣସି ମନୁଷ୍ୟର ସମୟ ଶେଷ ହେବାକୁ ଲାଗିଥାଏ ତେବେ ତାହାର ଛାଇ ବି ତାକୁ ଛାଡିଦେଇଥାଏ । ତେଲ କିମ୍ବା ପାଣିରେ ତାହାର ଛାଇ ତାକୁ ଦେଖାଯାଇନଥାଏ ।

ପୂର୍ବଜ
ଯଦି କୌଣସି ବ୍ୟକ୍ତି ବଞ୍ଚିଥିବା ସମୟରେ ନିଜର ସମ୍ପକୀୟର ବହୁତ ନିକଟରେ ରହିଥିବ ତେବେ ସେ ନିଜର ଶେଷ ସମୟରେ ସେହି ମୃତ ପରିଜନଙ୍କୁ ଦେଖିପାରେ ସେହି ବ୍ୟକ୍ତିକୁ ଏଭଳି ଲାଗିବ ଯେପରି କୌଣସି ଛାୟା ତାହାର ନିକଟରେ ରହୁଛି ।


ଗନ୍ଧ

ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହେବାକୁ ଯାଉଥାଏ ତେବେ ତାହାର ଶରୀରରୁ ଏକ ପ୍ରକାର ଗନ୍ଧ ଆସିବାକୁ ଲାଗିଥାଏ । ସେହି ବ୍ୟକ୍ତିର ଆଖପାଖ ଲୋକ ଜାଣିନେବା ଉଚିତ ଯେ, ସେହି ବ୍ୟକ୍ତିର ମୃତ୍ୟୁ ସମୟ ନିକଟତର ।


ଆଇନା
ଆଇନା ଦେଖିବା ସମୟରେ ଯଦି ଆଇନାରେ ଅନ୍ୟ କାହାର ଚେହେରା ଦେଖିବାକୁ ମିଳିବ କିମ୍ବା ଚେହେରା ପରିଷ୍କାର ଦେଖାଯିବ ନାହିଁ ତେବେ ଜାଣିନେବା ଉଚିତ୍ ଯେ ମୃତ୍ୟୁୃ ସମୟ ନିକଟତର ।

ଚନ୍ଦ୍ର
ଯଦି କୌଣସି ବ୍ୟକ୍ତି ଚନ୍ଦ୍ରକୁ ଦେଖିଲା ବେଳେ ସେଥିରେ ଫାଟ ଦେଖାଯାଏ ତେବେ ସେ ଜାଣିନେବା ଉଚିତ୍ ଯେ ତାହାର ମୃତ୍ୟୁ ସମୟ ନିକଟତର ବୋଲି ।


ଶରୀରର ରଙ୍ଗ
ଯଦି କୌଣସି ବ୍ୟକ୍ତିର ରଙ୍ଗ ଅଳ୍ପ ହଳଦିଆ ଏବଂ ନାଲି ରଙ୍ଗ ଦେଖାଯିବ ତେବେ ବ୍ୟକ୍ତିର ମୃତ୍ୟୁ ସମୟ ନିକଟବର୍ତ୍ତୀ ।


ମୁୁହଁର କଠୋରତା
ଯେବେ କୌଣସି ବ୍ୟକ୍ତିର ମୁହଁ, ନାକ ଓ ଜିଭ କଠୋର ହୋଇଯାଏ ତେବେ ସେହି ବ୍ୟକ୍ତି ମୃତ୍ୟୁ ସମୟ ପାଖେଇ ଆସିଛି ।


ଦୃଷ୍ଟି ଶକ୍ତି
ମନୁଷ୍ୟର ମୃତ୍ୟୁ ସମୟ ପଖେଇ ଆସିଲେ, ସେ ନିଜ ପାଖ ଲୋକଙ୍କୁ ଚିହ୍ନି ପାରେନା ଏହ ତ୍ସ୍‌ିତିରୁ ଜଣାପଡେ ମୃତ୍ୟୁ ସମୟ ନିକଟ ହୋଇଯାଇଛି ।


ଦିବ୍ୟ ଆଲୋକ
ଯେଉଁ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ପରୋପକାର ଏବଂ ଭଲ କାମ କରିଥାନ୍ତି ସେମାନଙ୍କୁ ଶେଷ ସମୟରେ ଏକ ଦିବ୍ୟ ଆଲୋକ ଦେଖାଯାଏ । ଏହି ଲୋକମାନେ ମୃତ୍ୟୁ ସମୟରେ କୌଣସି ପ୍ରକାର ଭୟଭୀତ ହୁଅନ୍ତି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।