You are currently viewing ଜାଣନ୍ତୁ ଓଜନ କମାଇବାର ସହଜ ଉପାୟ

ଜାଣନ୍ତୁ ଓଜନ କମାଇବାର ସହଜ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ଲୋକ ନିଜର ଖାଦ୍ୟ ପାନୀୟର ସଠିକ୍‌ ଦାୟତ୍ୱ ନେଇପାରନ୍ତି ନାହିଁ। ଯାହା କାରଣରୁ ଓଜନ ବଢିବା,ବ୍ଳଡ୍‌ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏହି ସବୁ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଅଧିକ ମାତ୍ରାରେ କେଫିନ୍‌ ସେବନ କରିବା ଦ୍ୱାରା ଚିଡିଚିଡା ସ୍ୱଭାବ, ଚିନ୍ତା ଏବଂ ବ୍ଳଡ୍‌ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତିତ ଶରୀରରେ ଆଇରନ୍‌ ଏବଂ କ୍ୟାଲସିୟମକୁ ନେବାରେ ମଧ୍ୟ ସମସ୍ୟା ସ୍ରୁଷ୍ଟି କରିପାରେ । କେଫିନ୍‌ ଅଧିକ ମାତ୍ରାରେ ଆହରଣ କରିବା ଦ୍ୱାରା ହାଇପରଟେଂସନ୍‌ ଏବଂ ନିଦ ନଆସିବା ଭଳି ସମସ୍ୟା ଦେଖାଯାଇଥାଏ । କେଫିନର ଅଧିକ ସେବନ ଦ୍ୱାରା ଧମନି ସଙ୍କୁଚିତ ହୋଇଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହିତ ସମୟରେ ବାଧା ଉପୁଯିଥାଏ । ଏହି କାରଣରୁ ବ୍ଳଡ୍‌ ପ୍ରେସର ସମସ୍ୟା ଦେଖାଦେଇଥାଏ । ଏହାଛଡା ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ସମସ୍ୟା,ମନ ଅସ୍ଥିର ହେବା ଭଳି ବିଭିନ୍ନ ଅସୁବିଧା କେଫିନ୍‌ ର ସାଇଡ୍‌ ଇଫେକ୍ଟ । ଯେତେବେଳେ ଓଜନ କଥା ସାମ୍ନାକୁ ଆସିଥାଏ ତେବେ ଚିନ୍ତା ଏକ ବଡ କାରଣ ହୋଇପାରେ । ଯାହାଦ୍ୱାରା ଖୁବ୍‌ ଶିଘ୍ର ଓଜନ ବଢିବାରେ ସାହାଯ୍ୟ କରିଥାଏ ।

ଚିନ୍ତା କମ୍‌ କରିବା ପାଇଁ ଆପଣ ଜୀବନରେ କିଛି ପରିବର୍ତ୍ତନ କରିବା ନିହାତୀ ଜରୁରୀ । ପ୍ରାୟତଃ ଆମେ ଖାଇବାରେ ଏମିତି ଜଙ୍କ ଫୁଡ୍‌ ର ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାସହିତ ଆପଣଙ୍କ ଓଜନ ଏବଂ ଚିନ୍ତାକୁ ଏହା ବଢାଇଥାଏ । ଓଜନ କମିବା ପାଇଁ ଭଲ ନିଦ, ଏକ୍ସରସାଇଜ୍‌ ଏବଂ ଖାଦ୍ୟ ପାନୀୟରେ କିଛି ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ପଡିବ । ନାଇଟ୍‌ ସିଫ୍ଟରେ କାମ କରୁଥିବା ଲୋକଙ୍କର ପ୍ରତିଦିନ ଖାଇବାରେ କୌଣସି ସଠିକ୍‌ ସମୟ ରହେନାହିଁ । ଯାହାଦ୍ୱାରା ସେମାନଙ୍କ ପାଚନ ପ୍ରକ୍ରିୟାରେ ଏହାର ବିଶେଷ ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ସମୟରେ ନିଜ ଖାଦ୍ୟକୁ ସ୍କିପ୍‌ କରୁଛନ୍ତି, ତେବେ ଆପଣଙ୍କ ଖାଦ୍ୟ ପ୍ରକ୍ରିୟାରେ ଏପଟସେପଟ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଆପଣଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଓଜନ ମଧ୍ୟ ବଢିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।