You are currently viewing ଏହି ଦିଗରେ କବାଟ ଝରକା ରହିଲେ ହୋଇପାରେ ଅସୁବିଧା…

ଏହି ଦିଗରେ କବାଟ ଝରକା ରହିଲେ ହୋଇପାରେ ଅସୁବିଧା…

ବାସ୍ତୁଶାସ୍ତ୍ରରେ ଦିଗକୁ ଅଧିକ ମହତ୍ତ୍ୱ ଦିଆଯାଇଥାଏ । ଯଦି ଆପଣଙ୍କ ଘର ଏବଂ ତା ଭିତରେ ଥିବା ଜିନିଷ ଗୁଡିକ ଠିକ୍ ସ୍ଥାନରେ ନ ରହିଥାଏ, ତେବେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ । କେବେ କେବେ ଏହାର ଏତେ ଖରାପ ପ୍ରଭାବ ପଡିଥାଏ ଯେ ସେଥିରେ ଥିବା ଲୋକଙ୍କ ସହ ଘର ମଧ୍ୟ ବର୍ବାଦ ହୋଇଯାଇଥାଏ । ଏଥି ପାଇଁ ଆମକୁ ଏ ସବୁ ବିଷୟରେ ଧ୍ୟାନ ଦେବାକୁ ପଡିଥାଏ ।


ଦକ୍ଷିଣର ପଶ୍ଚିମ ଦିଗ କୁ ନୈଋତ୍ୟ ଦିଗ ବୋଲି କୁହାଯାଏ । ଘରର ଏହି ଦିଗରେ ଖୋଲା ସ୍ଥାନ ରହିବା ଉଚିତ୍ ନୁହେଁ । ଏହି ଦିଗରେ କବାଟ, ଝରକା ରହିବା ଉଚିତ୍ ନୁହେଁ । ଈଶ୍ୱରୀୟ ଶକ୍ତି ଈଶାନ୍ କୋଣରୁ ପ୍ରବେଶ କରି ନୈଋତ୍ୟ କୋଣରୁ ବାହାରକୁ ବାହାରି ଯାଏ । ତେଣୁ ପଶ୍ଚିମ ଦିଗରେ ମନ୍ଦିର ତିଆରି କରିବା ଉଚିତ ।

ଘରର ଦକ୍ଷିଣ ପଶ୍ଚିମ ଦିଗରେ ଷ୍ଟୋର ରୁମ , ମାଷ୍ଟର ବେଡ୍‌ରୁମ୍ ଆଦି ତିଆରି କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ତେଣୁ ଘର ତିଆରି କଲା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।