You are currently viewing କେଉଁଠି ଓ କିପରି କରିବେ ଠାକୁର ଘର ଜାଣନ୍ତୁ…

କେଉଁଠି ଓ କିପରି କରିବେ ଠାକୁର ଘର ଜାଣନ୍ତୁ…

ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଅଂଶ ପାଇଁ କିଛି ନିୟମ ଏବଂ କିଛି ନିର୍ଦ୍ଦେଶାବଳୀ ରହିଛି । ବାସ୍ତୁ ଶାସ୍ତୀଙ୍କ ଅନୁସାରେ ଯଦି ପୂଜାଘର ନିଜ ଘରର ଭୁଲ୍ ସ୍ଥାନରେ ଥାଏ ତେବେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଆପଣ ଘରେ ମନ୍ଦିର ସ୍ଥାପନ କରୁଛନ୍ତି ତେବେ କିଛି ନିୟମକୁ ଧ୍ୟାନରେ ରଖନ୍ତୁ ।
. ଘରର ମନ୍ଦିର କଦାପି ସିଢ଼ି ତଳେ ନିର୍ମାଣ କରନ୍ତୁ ନାହିଁ । ପାହାଚ ତଳେ ମନ୍ଦିର ରହିଲେ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ପରିବାରର ସଦସ୍ୟ ମାନେ ମାନସିକ ବିକୃତିର ଶିକାର ହୁଅନ୍ତି ।


. ପୂଜାପାଠ ଘର କେବେ ବି ତଳ ମହଲାରେ ନିର୍ମାଣ କରାଯିବା ଉଚିତ ନୁହେଁ ।
. ବାସ୍ତୁ ଅନୁଯାୟୀ ପୂଜା ଘରେ କେବଳ ଧଳା ରଙ୍ଗ କିମ୍ବା କ୍ରିମ୍ ରଙ୍ଗ ବ୍ୟବହାର କରାଯାଇପାରିବ ।
. ବ୍ରହ୍ମା,ବିଷ୍ଣୁ, ଶିବ,ସୂର୍ଯ୍ୟ ,ଗଣେଶ, ଏବଂ ଦୁର୍ଗା ମାଙ୍କ ମୂର୍ତ୍ତୀ ପଶ୍ଚିମ ଦିଗ କୁ ମୁହଁ କରିବା ଉଚିତ୍ ।
. ଉତ୍ତର କିମ୍ବା ପୂର୍ବ ଦିଗରେ ବସି ପୂଜା କରିବା ଦ୍ୱାରା ଧନ ଏବଂ ଜ୍ଞାନର ବୃଦ୍ଧି ହୋଇଥାଏ ।


. ପୂଜାପାଠ ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ଥିବା ନକରାତ୍କମକ ଶକ୍ତିକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।
. ପୂଜା ପାଠ ଘରେ ଖଣ୍ଡବିଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ନକରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରିଥାଏ ।
. ପୂଜାପାଠରେ ଅର୍ପଣ କରାଯାଇଥିବା ଫୁଲ ଏବଂ ଚନ୍ଦନ କୁ ସବୁଦିନ ସଫା କରିବା ଉଚିତ୍ ଏବଂ ପୂଜାଘର ସର୍ବଦା ପରିଷ୍କାର ସ୍ଥାନରେ ରହିବା ଉଚିତ୍ ।
. ନିୟମିତ ଏହାକୁ ପରିଷ୍କାର କରିବା ଉଚିତ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।