You are currently viewing ମହିଳାଙ୍କ ଚିଡ଼ିଚିଡା ଓ ଡିପ୍ରେସନକୁ ଦୂର କରିବ ଏହି ଉପାୟ

ମହିଳାଙ୍କ ଚିଡ଼ିଚିଡା ଓ ଡିପ୍ରେସନକୁ ଦୂର କରିବ ଏହି ଉପାୟ

ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ମହିଳା ମାନଙ୍କର ହର୍ମୋନ ଅସନ୍ତୁଳନ ହୋଇ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଥାଏl ସେହିସବୁ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚିଡ଼ିଚିଡା ଭାବ ଓ ଅନ୍ୟ ଗୋଟିଏ ହେଉଛି ଡିପ୍ରେସନl ଯାହାକି ମହିଳା ମାନଙ୍କୁ ଗୋଟିଏ ଏଭଳି ସ୍ଥିତିକୁ ନେଇ ଯାଇଥାଏ, ଯାହା ଦ୍ୱାରା ସେମାନେ ପ୍ରାୟତଃ ଦୁଃଖୀ ରହିବାକୁ ଲାଗି ଥାଆନ୍ତି ଓ ନିଦ୍ରା ହୀନତାର ଶିକାର ହୋଇ ଥାଆନ୍ତିl ଏହିସବୁରୁ ଦୂରେଇ ରହିବା ପାଇଁ ନିଜେ ମଧ୍ୟ କିଛିଟା ଚେଷ୍ଟା କରିବା ଆବଶ୍ୟକl

 ଡିପ୍ରେସନ ଓ ଚିଡ଼ିଚିଡା ଭାବକୁ ଦୂରେଇବାର ଉପାୟ :-

  •  ହସିବାକୁ ଗୋଟିଏ ଭଲ ମେଡ଼ିସିନ ବୋଲି କୁହାଯାଇଥାଏl ଜୋରେ ହସିବା ଦ୍ୱାରା ମନ ପ୍ରଫୁଲ୍ଲୀତ ହୋଇଥାଏl ଏବଂ ଡିପ୍ରେସନ ଦୂର ହେବାରେ ସାହାଯ୍ୟ କରିଥାଏl
  • ସୂର୍ଯ୍ୟଙ୍କ ଆଲୋକରୁ ବାହାରୁଥିବା ଭିଟାମିନ ଡି ମୁଡ଼କୁ ଠିକ କରିବାରେ ସାହାଯ୍ୟ କରିଥାଏ l ଆଲୋକର ଏହି କିରଣ ଜୀବନରେ ଆଲୋକ ଭରି ମନକୁ ଶାନ୍ତି ଦେଇଥାଏl
  • କିଛି ଅଧ୍ୟୟନରୁ ଜଣା ପଡିଛି ଯେ ପ୍ରତିଦିନ ଆପଣ ପ୍ରାତଃ ଭ୍ରମଣ କିମ୍ବା ସାନ୍ଧ୍ୟ ଭ୍ରମଣ କରିବା ଦ୍ୱାରା ମନ ଖୁସି ହୋଇଥାଏ l ଏହାଦ୍ୱାରା ଏଙ୍ଗଯାଇଟି ଓ ଡିପ୍ରେସନ ସମସ୍ୟା ଦୂର ହୋଇଥାଏl
  • ଅନେକ ସମୟରେ ଲୋକେ ସୋସିଆଲ ମିଡ଼ିଆ ବ୍ୟବହାର କରି ଡିପ୍ରେସନର ଶିକାର ହୋଇ ଥାଆନ୍ତି l ତେଣୁ ଏହି ସବୁଥିରୁ ଦୂରେଇବା ପାଇଁ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ମଧ୍ୟ ଜରୁରୀl
  • ଡିପ୍ରେସନକୁ ଦୂର କରିବାର ଗୋଟିଏ ଭଲ ଉପାୟ ହେଲା ସଂଗୀତ l ଯାହାକି ମନକୁ ଶାନ୍ତ ରଖି ଖୁସି ଭରିବାରେ ସାହାଯ୍ୟ କରିଥାଏ l
  • ମେଣ୍ଟାଲ ଡିପ୍ରେସନକୁ ଦୂରେଇବା ପାଇଁ ଓ ଭଲ ନିଦ ହେବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମନ ଓ ଶରୀରରେ ସକାରାତ୍ମକ ପ୍ରଭାବ ପଡିଥାଏ l
  • ପ୍ରାକୃତିକ ପରିବେଶ ମନରେ ସକାରାତ୍ମକ ଶକ୍ତି ଭରିଥାଏl ତେଣୁ ପ୍ରକୃତି କୋଳରେ ସମୟ ବିତାଇବାକୁ ଚେଷ୍ଟା କରନ୍ତୁl ଏହାଛଡା ଗଛ ଲଗାଇବା ଓ ରଙ୍ଗ ବେରଙ୍ଗର ଫୁଲ ଗଛ ଲଗାନ୍ତୁ l
  • ନିଜକୁ ଖୁସିରେ ରଖିବା ପାଇଁ ଛୋଟ ଛୋଟ ଜିନିଷ ନିଜ ପାଇଁ କିଣନ୍ତୁ l କିମ୍ବା କିଛି ସମୟ ପାଇଁ ବଜାରରେ ସମୟ ଅତିବାହିତ କରନ୍ତୁ l ଫଳରେ ଏହି ସବୁ ଉପାୟ ଆପଣେଇବା ଦ୍ୱାରା ଧୀରେ ଧୀରେ ଚିଡଚିଡାପଣ ଦୁରେଇଥାଏ l

 

ଅନ୍ୟମାନଙ୍କୁ ଜଣାନ୍ତୁ।