You are currently viewing ଚାଣକ୍ୟ କାହିଁକି କହିଛନ୍ତି ଯେ, ମୁର୍ଖ ଲୋକଙ୍କଠାରୁ ଦୂରେଇ ରହିବା ଉଚିତ ?

ଚାଣକ୍ୟ କାହିଁକି କହିଛନ୍ତି ଯେ, ମୁର୍ଖ ଲୋକଙ୍କଠାରୁ ଦୂରେଇ ରହିବା ଉଚିତ ?

ଚାଣକ୍ୟ ହେଉଛନ୍ତି ଆମ ଦେଶର ଏକ ମହାନ ବିଦ୍ୱାନ ତେଣୁ ସେ ଦେଖାଇଥିବା ପଥକୁ ଲୋକେ ଆଜି ମଧ୍ୟ ଅନୁସରଣ କରୁଛନ୍ତି । ସେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ନିଜ ବୁଦ୍ଧି, ଦକ୍ଷତାର ଶକ୍ତି ଦ୍ୱାରା ଭାରତୀୟ ଇତିହାସର ଗତି ବଦଳାଇ ଦେଇଥିଲେ । ଚାଣକ୍ୟ ଏକ ପୁସ୍ତକ ଲେଖିଲେ ଯାହା ‘ଚାଣକ୍ୟ ନୀତି ଶାସ୍ତ୍ର’ ନାମରେ ନାମିତ । ଏହି ପୁସ୍ତକରେ ତାଙ୍କ ଦ୍ୱାରା ପ୍ରଚାରିତ ବିଭିନ୍ନ ଆଦର୍ଶ ବିଷୟରେ କୁହାଯାଇଛି । ଯାହା ବର୍ତ୍ତମାନ ସମୟରେ ମଧ୍ୟ ପ୍ରାସଙ୍ଗିକ ଅଟେ । ଏହି ଶାସ୍ତ୍ର ବଞ୍ଚିବାକୁ ଠିକ୍ ମାର୍ଗ ଦର୍ଶନ କରାଇଥାଏ ।

ଚାଣକ୍ୟଙ୍କ କହିଥିଲେ ଯେ
ମୁର୍ଖ ଲୋକଙ୍କ ସହ କଦାପି ଯୁକ୍ତି କରନ୍ତୁ ନାହିଁ :
ଚାଣକ୍ୟ କହିଛନ୍ତି ଯେ, ମୁର୍ଖ ଲୋକଙ୍କ ସହ କଦାପି ଯୁକ୍ତି କରନ୍ତୁ ନାହିଁ । ମୁର୍ଖ ଲୋକଙ୍କ କଥାରେ ଆଦୌ କୌଣସି ଅର୍ଥ ନଥାଏ, ତେଣୁ ଯଦି ତୁମେ ତାଙ୍କ ସହ ଯୁକ୍ତି କର ତେବେ ତୁମର ହିଁ କ୍ଷତି ହେବ । ଯଦି ତୁମେ ଏପରି ଲୋକଙ୍କ ସହ ଯୁକ୍ତି କର ତେବେ ତୁମର ହିଁ ସମ୍ମାନ ହ୍ରାସ ପାଇବ । ଏହି ଲୋକମାନେ ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପାରନ୍ତି । ଯଦି ତୁମେ ମୁର୍ଖ ଲୋକଙ୍କ ସହିତ ହେଉଥିବା ବିବାଦକୁ ଏଡାଇବାକୁ ଚାହୁଁଛ ତେବେ ଚୁପ୍ ରୁହ ଏବଂ ନିଜ ବିବେକକୁ ବ୍ୟବହାର କର ।

ଅନ୍ୟମାନଙ୍କୁ ଜଣାନ୍ତୁ।