You are currently viewing ଇକୋ ଏନ ରିଚ୍ କଣ ଓ ଏହାକୁ ବ୍ୟବହାର କରି ଚାଷୀ କେତେ ଲାଭବାନ ହୋଇପାରେ ଜାଣିରଖନ୍ତୁ…

ଇକୋ ଏନ ରିଚ୍ କଣ ଓ ଏହାକୁ ବ୍ୟବହାର କରି ଚାଷୀ କେତେ ଲାଭବାନ ହୋଇପାରେ ଜାଣିରଖନ୍ତୁ…

  • Post category:ଓଡିଶା
  • Reading time:1 mins read

ସାଧାରଣତଃ ଆମ ଭାରତ ବର୍ଷ ହେଉଛି ଏକ କୃଷି ପ୍ରଧାନ ଦେଶ । ଆମ ଦେଶରେ ଏକ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ତେଣୁ କୃଷି କ୍ଷେତ୍ରରେ କ’ଣ ବ୍ୟବହାର କଲେ କେତେ ଉନ୍ନତମାନର ଫସଲ ଉତ୍ପାଦନ ହୋଇପାରିବ, ସେଥିନିମନ୍ତେ ଅନେକ ସମୟରେ ବିଭିନ୍ନ ପ୍ରକାରର କୃଷି ପ୍ରଣାଳୀ ଆପଣେଇବାକୁ ପଡ଼ିଥାଏ । ଖାଲିଯେ କୃଷି ପ୍ରଣାଳୀ ଉପରେ ଧ୍ୟାନ ଦେଲେ ହେବ ତା ନୁହେଁ, ତାହା ସହିତ କୃଷିରେ ବ୍ୟବହୃତ କୀଟନାଶକ ଔଷଧ ଓ ସାର ଉପରେ ମଧ୍ୟ ନଜର ଦେବାକୁ ପଡ଼ିଥାଏ । ତେଣୁ ଆଜିକାଲିର ଚାଷୀ ରାସାୟନିକ ସାର ପରିବର୍ତ୍ତେ ଜମିରେ ଜୈବିକ ସାର ପ୍ରୟୋଗ କରିବାକୁ ବେଶ ପସନ୍ଦ କରୁଛନ୍ତି ।

ଚାଷଜମିରେ ରାସାୟନିକ ସାର ଓ ବିଷର ପ୍ରାଦୁର୍ଭାବ ପାଇଁ ଚାଷୀ ଅନେକ କ୍ଷତି ସହୁଛି । ଏହା ଦ୍ଵାରା ଜମିର ମାନ ହ୍ରାସ ପାଇବା ସହ ଫସଲର ଗୁଣବତ୍ତା ବି ନଷ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ ଇକୋ ଏନରିଚ କୃଷି କ୍ଷେତ୍ରରେ ଏକ ନୂଆ ସମ୍ଭାବନା ଅଟେ । ଏଗ୍ରିସୋଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜୈବିକ ସାର ଏବେ ସାରା ଓଡ଼ିଶାରେ ବେଶ ଲୋକପ୍ରିୟ ଅଟେ । କମ୍ପାନୀର ପ୍ରତିଷ୍ଠାତା ସ୍ନିଗ୍ଧାରାଣୀ ପାତ୍ରଙ୍କ କହିବା ଅନୁସାରେ ଏହାକୁ ପ୍ରଥମେ ବରଗଡ଼ରୁ ଆରମ୍ଭ କରିଥିଲି । ବର୍ତ୍ତମାନ ଓଡ଼ିଶାର ତିରିଶଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି ।

କୃଷି କ୍ଷେତ୍ରରେ ଇକୋ ଏନ ରିଚ୍ ର ବ୍ୟବହାର ଦ୍ୱାରା ୧ ଏକର ଜମିରୁ ୨ ଏକର ଜମିର ଫସଲ ପାଇପାରିବେ । ଏହା ଦ୍ୱାରା ରାସାୟନିକ ସାରର ବ୍ୟବହାର ୫୦% କମିପାରିବ । କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ହେଲେ ବି ସେମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ । ଫୋଲିଆର ସ୍ପ୍ରେ ଭାବରେ ଏହାକୁ ଚାଷୀ ମାନେ କ୍ଷେତରେ ବ୍ୟବହାର କରିପାରିବେ । ସହରାଂଚଳ କୃଷି ଯଥା ପାକଶାଳା ବଗିଚା, ରୁଫଟପ୍ ଗାଡେର଼୍ନିଂ ଏମିତି କାର୍ଯ୍ୟରେ ମଧ୍ୟ ଉପଯୋଗ କରିହେବ ।

ଇକୋ – ଏନ-ରିଚ ଏମିତି ଏକ ଦ୍ରବ୍ୟ ଯାହାକୁ ଚାଷୀମାନେ ସବୁ ଫସଲରେ ବ୍ୟବହାର କରିପାରିବେ  । ଏହା ପରିବେଶ ଅନୁକୁଳ ହେବା ସହ ମୃତ୍ତିକାର ଉର୍ବରତା ବି ବଢେ଼ଇଥାଏ । ଯେହେତୁ ଏହା ଜୈବିକ ଉପାୟରେ ପ୍ରସ୍ତୁତ ତେଣୁ ଫସଲର ରୋଗ ପୋକ ସଂଖ୍ୟା ବି ଅନେକ ମାତ୍ରାରେ କମ୍ ହାଇ ପାରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।