You are currently viewing କରୋନା କବଳରେ ରାଜଧାନୀ

କରୋନା କବଳରେ ରାଜଧାନୀ

  • Post category:ଓଡିଶା
  • Reading time:1 mins read

ସାରା ବିଶ୍ୱରେ ତାଣ୍ଡବ ରଚିଛି କରୋନା । ସମସ୍ତେ କରୋନାର କବଳରେ କବଳିତ । କିଛି ଦିନ ପୂର୍ବରୁ ଭାରତ କରୋନ ସଂକ୍ରମଣରେ ତୃତୀୟ ସ୍ଥାନ ହାସଲ କରିଛି । ରାଜ୍ୟ କଥା ନକହିବା ଭଲ । ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟିପୁଛି । ଏତେ କଡ଼ା ସୁରକ୍ଷା ଓ ସଚେତନତା ଭିତରେ ବି କମିବାର ନାଁ ଧରୁନି କରୋନା ସଂକ୍ରମଣ । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର କରୋନାର ଗନ୍ତାଘର ପାଲଟିବାକୁ ଯାଉଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା, ସହରରେ ସଙ୍ଗରୋଧ କେନ୍ଦ୍ରରେ ଥିବା ସଂକ୍ରମିତଙ୍କ ସଂଖ୍ୟାଠାରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖା ଦେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂକ୍ରମିତ ହୋଇ ରାଜଧାନୀକୁ ଆସୁଥିବା ଲୋକଙ୍କ ଉପରେ ସ୍ଥାନୀୟ ପ୍ରଶାସନର ଲଗାମ ରହୁନି । ଏପରିକି ରାତି୍ର କାଳରେ ଟ୍ରାଫିକ ଛକ ମାନଙ୍କରେ ପୋଲିସ ତରଫରୁ କରାଯାଇଥିବା ନାକାବନ୍ଦି ମଧ୍ୟ ସଠିକ୍ ଭାବରେ କାମ କରୁନି ।

ସଂକ୍ରମିତ ମାନେ କେଉଁ ସ୍ଥାନରେ ରହୁଛନ୍ତି, ତାହାର ସଠିକ୍ ତଥ୍ୟ ପ୍ରଶାସନ ପାଖରେ ମଧ୍ୟ ନାହିଁ । ଏପରିକି ଘରେ ସଂଙ୍ଗରୋଧରେ ରହୁଥିବା ଆକ୍ରାନ୍ତ ମାନଙ୍କର ଅବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟକର୍ମିମାନେ କିମ୍ବା ପ୍ରଶାସନ କୌଣସି ତଦାରଖ କରୁନାହାଁନ୍ତି । ଯଦି ଏଭଳି ପରିସ୍ଥିତି ଲାଗିରହେ, ତେବେ ଆଗାମୀ ଦିନରେ ରାଜଧାନୀରେ କରୋନାକୁ ଆୟତ୍ତ କରିବା କାଠିକର ପାଠ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।