ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ ବୋଲି ସାରା ଦେଶରେ ଟେଷ୍ଟିଂ ର ପରିମାଣ ବଢ଼ିଛି। ତେବେ ଦେଶରେ ଦୈନିକ କରୋନା ଟେଷ୍ଟିଂ ମାମଲାରେ ୨ୟ ସ୍ଥାନ ଅଧିକାର କରିଛି ଓଡିଶା । ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷାରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ନମୁନା ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଛି ଗୋଆ । ଜାତୀୟ ହାରଠାରୁ ଓଡିଶାରେ ଅଧିକ ନମୁନା ପରୀକ୍ଷା ହେଉଛି । ବଡ ବଡ ରାଜ୍ୟ ତୁଳନାରେ ବହୁ ଆଗରେ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
![You are currently viewing କରୋନା ଟେଷ୍ଟିଂ ରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ](https://ansodia.in/wp-content/uploads/2020/08/corona-eps.jpg)
କରୋନା ଟେଷ୍ଟିଂ ରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ
- Post published:August 21, 2020
- Post category:ଓଡିଶା
- Reading time:1 mins read