ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’!

ଭୁବନେଶ୍ୱର, କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ସ୍କୁଲ ଖୋଲିବ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଯେ, ‘ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନାହିଁ। ରାଜ୍ୟର ୬୦ ଲକ୍ଷ ଶିଶୁଙ୍କୁ ଇ-ଶିକ୍ଷା ଉପରେ ନିର୍ଭର କରିବାକୁ ପଡ଼ିବ। ଏବେ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନ୍‌ଲାଇନରେ ପାଠ ପଢୁଛନ୍ତି। ବାକି ୩୮ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରନେଟ ପାଇଁ ପାଠପଢ଼ାରୁ ବଞ୍ଚିତ ଅଛନ୍ତି ।’

ଏନେଇ ଏଥି ପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’,। ନୂଆ ଯୋଜନାରେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ। ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.