ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି

ବାଲେଶ୍ୱର ୨୫/୦୫, ବାଲେଶ୍ୱର ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁଇ ଯୁବକଙ୍କ ମଧ୍ୟରୁ ମନ୍ଦାରପୁରର ପିକୁଙ୍କ କାନ୍ଧରେ ଗୁଳି ବାଜିଛି । ଦୁହେଁ ଗୋଲେଇ ଛକରେ ଥିବା ବେଳେ ସେମାନଙ୍କ ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଆହତ ପିକୁକୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ଯୁବକ ଜଣକ ଗୁଡ଼ିପଦା ଅଞ୍ଚଳର ଉଦିତ ବୋଲି ସୂଚନା ଦେଇଛନ୍ତି ଆହତ ପିକୁର ବାପା । ଉଦିତଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ୪ଟା ସମୟରେ ପିଙ୍କୁ ଓ ଅମିତ ରେମୁଣା ଗୋଲେଇସ୍ଥିତ ପେଟ୍ରୋଲ ପମ୍ପକୁ ବାଇକ୍‌ରେ ତେଲ ପକାଇବାକୁ ଆସିଥିଲେ । ଏହି ସମୟରେ ଜୋର୍‌ରେ ବର୍ଷା ହେଉଥିବାରୁ ଉଭୟ ରେମୁଣା ଗୋଲେଇ ‌ପୋଲ ତଳେ ଅଟକି ରହିଥିଲେ । ଏତିକି ବେଳେ ୩ଟି ବାଇକ୍‌ରେ ୬ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ପିଙ୍କୁ ଓ ଅମିତ୍‌ଙ୍କୁ ଗାଳିଗୁଲଜ କରିବା ସହ ଭୁଜାଲି, ବନ୍ଧୁକ ବାହାର କରି ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ଉଦିତ ନାୟକ ହଠାତ ଏକ ବନ୍ଧୁକ ବାହାର କରି ଅମିତ ଓ ରିଙ୍କୁ ଉପରକୁ ଗୁଳି ଚଳାଇଥିଲା। ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍‌ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ରିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲା ।

Leave A Reply

Your email address will not be published.