ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ବି ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ଏଭଳି ନିର୍ଦେଶ ଦଆଯାଇଛି।