You are currently viewing ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ କ୍ରାନ୍ତି ଦିବସ ପାଳିତ

ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ କ୍ରାନ୍ତି ଦିବସ ପାଳିତ

  • Post category:ଓଡିଶା
  • Reading time:1 mins read

ଢେ଼ଙ୍କାନାଳ, ସଂଗଠନର ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବି ଦିପ୍ତୀସ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳର କ୍ରାନ୍ତିକାରୀ ତଥା ଆନ୍ଦୋଳନକାରୀ ମୂଷା ମଲିକ, ମହେଶ ଚନ୍ଦ୍ର ସୁବାହୁ ସିଂ, ବୀର ବୈଷ୍ଣବ ପଟ୍ଟନାୟକ, ବ୍ରଜ ଧଳ, ସାରଙ୍ଗ ଧର ଦାଶ, ନନ୍ଦିନୀ ଶତପଥୀ ଓ ବିଶ୍ୱର ସର୍ବ କନିଷ୍ଠ ସହୀଦ ବାଜି ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପ ଦାନ କରିଥିଲେ ।

ମଞ୍ଚାସିନ ଅତିଥି ଭାବରେ “S(HE)” ସଂଗଠନର ଅଧ୍ୟକ୍ଷା ଆଇନଜୀବି ଶ୍ରୀମତୀ ମାଧୁରୀ ଦାଶ ଯୋଗ ଦେଇଥିଲେ । ସଂଗଠନର ସଂଯୋଜକ ଭରତ କୁମାର ଦାସ କହିଥିଲେ ଯେ ଢେଙ୍କାନାଳ ପ୍ରଶାସନ ତଥା ଜିଲ୍ଲାର କୌଣସି ଦଳର ରାଜନେତା ମାନେ ଏହି ପୂର୍ବସୂରୀ ମାନଙ୍କ ସମ୍ମାନାର୍ଥେ କୌଣସି କାର୍ଯ୍ୟକ୍ରମ କରିପାରିନାହାନ୍ତି କିମ୍ବା ମନେ ପକାଇ ନାହାନ୍ତି ।

କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ ସଭାରେ ପଙ୍କଜ ନାୟକ, ଜୟନ୍ତ ଧଳ, କୈଳାଶ ନାଏକ, କାମାକ୍ଷା ବେହେରା, ଦୟାନିଧି ବେହେରା, ଅଜୟ ଶଙ୍କର ମିଶ୍ର, ଆଇନଜୀବି ଗୁପ୍ତେଶ୍ୱର ମିଶ୍ର, ଆଇନଜୀବି ଦମୟନ୍ତୀ ମହାନ୍ତି, ଆଇନଜୀବୀ ସୁଶ୍ରୀ ଶୁଚିସ୍ମିତା ରାଉତ, ଆଇନଜୀବି ନିରୁପମା ପରିଡା ପ୍ରମୁଖ ଭାଗ ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।