ଟାଙ୍ଗୀ, ପଞ୍ଚାୟତରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ହେଲେ ଠିକାଦାରଙ୍କୁ ଅର୍ଥ ଦେବାକୁ ପଡ଼ିବ, ନହେଲେ ବିଲ୍ ପାସ୍ ହେବନାହିଁ । ଏକଥା କହୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର ରାମଚନ୍ଦ୍ର ମହାରଣା । କ୍ରମ ଅନୁସାରେ କିଏ କେତେ ପ୍ରତିଶତ ନେଉଛନ୍ତି, ତା’ର ହିସାବ ମଧ୍ୟ ସେ ଦେଇଛନ୍ତି । ଏହି ପ୍ରତିଶତ ନେବା ବ୍ୟକ୍ତିମାନଙ୍କ ଭିତରେ ସାମିଲ ରହିଛନ୍ତି ସରପଞ୍ଚ, ବିଡ଼ିଓ, ଜେଇ ଏବଂ ସେ ନିଜେ ବୋଲି କହିଛନ୍ତି ଶ୍ରୀ ମହାରଣା । ସୂଚନାଥାଉକି, ପଞ୍ଚାୟତର କାର୍ଯ୍ୟ ସମ୍ପାଦନ ପରେ ବିଲ୍ ମାଗିବାକୁ ଯାଇଥିବା ଜଣେ ଠିକାଦାରଙ୍କୁ ଏସବୁ ଶୁଣାଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।
ପିସି କାରବାର ନେଇ ହିସାବ ଶିଖାଉଛନ୍ତି ପଞ୍ଚାୟତ ଅଧିକାରୀ
- Post published:September 12, 2020
- Post category:ଓଡିଶା
- Reading time:1 mins read