You are currently viewing ସିଲିଣ୍ଡର ଭିତରେ ଗଞ୍ଜେଇ

ସିଲିଣ୍ଡର ଭିତରେ ଗଞ୍ଜେଇ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର (୧୭.୯.୨୨) : ଗ୍ୟାସ ସିଲିଣ୍ଡର କାଟି ତା ଭିତରେ ଗଞ୍ଜେଇ ପୁରାଇ ଚୋରା ଚାଲାଣ ହେଉଥିଲା । କେବଳ ସିଲିଣ୍ଡର ନୁହେଁ । ପୁରା ସମ୍ପର୍ଣ୍ଣ କାରର ଡୋର କାଟି ତା ଭିତରେ ଗଞ୍ଜେଇ ଖଞ୍ଜା ହୋଇଥିଲା । ତେବେ ଖବର ପାଇ ଏହି ଚୋରା ଚାଲାଣକୁ ଧରିଛି ଅବକାରୀ ବିଭାଗ । ଡେପୁଟି କମିଶନର ଅଶୋକ ଶତପଥୀଙ୍କ ସୂଚନା ମୁତାବକ ଗଜପତି ଜିଲ୍ଲାରୁ ଦିଲ୍ଲୀକୁ ଏହା ଚୋରା ଚାଲାଣ ହେଉଥିଲା । ଆଜି ସକାଳୁ ଏ ସମ୍ପର୍କରେ ଖବର ମିଳିଥିଲା । ଚାଲାଣକାରୀ ମାନେ ଧରା ନ ପଡିବା ପାଇଁ ଏକ ୱଗନର କାର ବ୍ୟବହାର କରିଥିଲେ । ଏହି କାରର ୪ ଟି ଡୋର ସହିତ ଆଗ ପଛ ସିଟରେ ମଧ୍ୟ ଗଞ୍ଜେଇ ରଖା ଯାଇଥିଲା । କାରଟିକୁ ବ୍ରହ୍ମପୁର ଗୋପାଳପୁର ଛକରେ ଅଟକା ଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।