ମନ୍ଦିରେ ପଶିଲା ପାଣି, ବୁଡିଲେ ବାବା ଆଖଣ୍ଡଳ ମଣି

ଭଦ୍ରକ, ପ୍ରବଳ ବର୍ଷା ଯୋଗୁଁ ଭଦ୍ରକର ଆରଡି ଠାରେ ଥିବା ବାବା ଆଖଣ୍ଡଳମଣୀ ମନ୍ଦିର ଭିତରେ ପଶି ଯାଇଛି ବର୍ଷା ଜଳ। ମନ୍ଦିରର ଗର୍ଭ ଗୃହରେ ପାଣି ପଶି ବୁଡି ଯାଇଛି ବିଗ୍ରହ । ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିରର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଥିଲା ।

ଫଳରେ ଆଜି ବାବାଙ୍କ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଛି।ବିଶେଷକରି ବାବାଙ୍କ ମନ୍ଦିର ତଳମାଳରେ ହୋଇଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣି ପଶିଯାଇଥାଏ । ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମରାମତି କାମ ହୋଇଥିଲେ ମଧ୍ୟ କୌଣସି ସୁଧାର ଦେଖିବାକୁ ମିଳିନାହିଁ।

ଏବେ ପୁଣିଥରେ ସେହି ସମସ୍ୟା ଦେଖାଦେଉଛି ।ମନ୍ଦିର ପ୍ରଶାସନ ତରଫରୁ ମୋଟର ସାହଯ୍ୟରେ ଜଳ ନିଷ୍କାସନ କରାଯାଇ ବାବାଙ୍କ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି ବୋଲି ଶୁଣିବାକୁ ମିଳୁଛି।

Leave A Reply

Your email address will not be published.