ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତ ଙ୍କ ସଂଖ୍ୟା

ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି ସ୍ମାର୍ଟ ସିଟି!

ଆଜି ରାଜଧାନୀରୁ ଏକାସାଙ୍ଗରେ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପି ଯାଇଛି।
ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ଏହି ସୂଚନା ଦେବା ପରେ ରାଜଧାନୀବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ନୂଆ ୪୫ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ମୋଟ ୬୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୬ଟି କରୋନା ସକ୍ରିୟ ମାମଲା ରହିଛି।

କରୋନାରେ ସଂକ୍ରମିତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୮ଜଣ ଆକ୍ରାନ୍ତ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୪୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଟି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦ଟି ସ୍ଥାନୀୟ ମାମଲା ରହିଛି।

Leave A Reply

Your email address will not be published.