ରାଜ୍ୟରେ ଆଉ ୪ ଦିନ ଛେଚିବ ଲଘୁଚାପ ବର୍ଷା: କୃଷକଙ୍କୁ ମିଳିଲା ଆଶ୍ୱସ୍ତି!

ଉତ୍ତର ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟ ହୋଇଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଏହାସହ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଢ଼େଙ୍କାନାଳ, ଯାଜପୁର ଓ କଳାହାଣ୍ଡିରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ମାଲକାନଗିରି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ଫଳରେ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି।

ଚଳିତ ବର୍ଷ ଆବଶ୍ୟକତାଠାରୁ କମ ବର୍ଷ ହେବା ଫଳରେ କୃଷକ ମାନେ ଫସଲକୁ ନେଇ ଚିନ୍ତାରେ ଥିଲେ। କିନ୍ତୁ ଏହି ବର୍ଷା ହେବାଫଳରେ ସେମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ଚାଷ ପାଇଁ ଏହି ଲଘୁଚାପ ଜନିତ ବର୍ଷା ଉପଯୋଗୀ ହେବା ବୋଲି କୃଷକ ମାନେ କହିଛନ୍ତି।

Leave A Reply

Your email address will not be published.