ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାପତିତ୍ୱରେ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ ପିଏମ୍ ବାଣୀ ଖୁବ୍ଶୀଘ୍ର ଆରମ୍ଭ ହେବ । କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ଲାକ୍ଷାଦ୍ୱୀପରେ ଯୋଗାଯୋଗ ସୁବିଧା, ୪ଜି ସେବା ଓ ଅଣ୍ଡରଗ୍ରାଉଣ୍ଡ କେବୁଲ୍ ସହ ଗମନାଗମନ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ସାରା ଦେଶରେ ୧କୋଟି ଡାଟା ସେଣ୍ଟର ଖୋଲିବାର ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହାସହିତ ପ୍ରତ୍ୟେକ ଗାଁକୁ ୱାଇଫାଇ ସହ ସଂଯୋଗ କରାଯିବ ।
ଏଠାରେ ସୂଚନାଯୋଗ୍ୟ ଯେ ଲାକ୍ଷାଦ୍ୱୀପର ଭୂତଳ କେବୁଲ୍ ନିର୍ମାଣ ପାଇଁ ୧୦୭୨ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍ । କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ