You are currently viewing ସ୍ୱାମୀଙ୍କ ମୃତ୍ୟୁର ୪୮ଘଣ୍ଟା ପରେ ସ୍ତ୍ରୀ ମୃତ

ସ୍ୱାମୀଙ୍କ ମୃତ୍ୟୁର ୪୮ଘଣ୍ଟା ପରେ ସ୍ତ୍ରୀ ମୃତ

  • Post category:ଓଡିଶା
  • Reading time:1 mins read

ପୁରୀ, ସ୍ୱାମୀଙ୍କ ମୃତ୍ୟୁ ପରେ ମୃତ୍ୟୁବରଣ କରିଛନ୍ତି ସ୍ତ୍ରୀ । ସ୍ୱାମୀ ଥିଲେ କରୋନା ଆକ୍ରାନ୍ତ । ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ସ୍ତ୍ରୀ କରୋନାରେ ଚାଲିଗଲେ । ଘଟଣାଟି ହେଉଛି ପୁରୀର । ରବିବାର ଦିନ ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର ପ୍ରାଣ ହରାଇଥିଲେ । କିନ୍ତୁ ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ପରିବାର ସଦସ୍ୟଙ୍କ କହିବାନୁଯାୟୀ, ବିନୋଦିନୀ କରୋନାରେ ପିଡ଼ୀତ ହୋଇ ଚିକିତ୍ସିତ ହେଉଥିଲେ । ପତିଙ୍କ ମୃତ୍ୟୁ ଖବରପାଇ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ଆଜି ଅର୍ଥାତ୍ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି । ଉଭୟଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।