୫ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ସମ୍ବଲପୁର, ଦେବଗଡ଼, ନୟାଗଡ଼, ବୌଦ୍ଧ। ଦୀର୍ଘ ଦିନ ହେବ ଜିଲ୍ଲାଗୁଡ଼ିକରେ ମାଓ କାର୍ଯ୍ୟକଳାପ ନଥିବା ଏବଂ ଗୁଇନ୍ଦା ତଥ୍ୟକୁ ଆଧାର କରି ଓଡ଼ିଶା ପୁଲିସ କେନ୍ଦ୍ର ସରକାରଙ୍କୁ ଏ ନେଇ ସୁପାରିସ୍ କରିଥିଲା। ଏହି ସୁପାରିସ୍କୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାରେ ଆଉ ୧୦ଟି ଜିଲ୍ଲା ମାଓପ୍ରବଣ ଥିବା କୁହାଯାଇଛି।