You are currently viewing ଓଡିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, ଆସନ୍ତାକାଲି କରିବେ ଶପଥ ପାଠ 

ଓଡିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, ଆସନ୍ତାକାଲି କରିବେ ଶପଥ ପାଠ 

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ): ଆଜି ସକାଳେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପୁରୀରେ ପହଞ୍ଚିଛନ୍ତି। ସେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଟାଟା ନଗରରୁ ସିଧା ପୁରୀରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ କରାଯାଇ ପୁରୀ ରାଜଭବନକୁ ନିଆଯାଇଥିଲା।  ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ଏନେଇ  ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ଆଜି ସକାଳେ ସେ ଶ୍ରୀମନ୍ଦିର ଯାଇ ସେଠାରେ ଜଗନ୍ନାଥଙ୍କ  ଦର୍ଶନ କରିବେ। ଏହାପରେ ସେ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରର ରାଜଭବନରେ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏଥି ସହ ରାଜ୍ୟପାଳଙ୍କୁ ଜେଡ୍‌+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।