You are currently viewing ପକ୍ଷ ରଖିଲେ ଆଇ ଆଇ ସି

ପକ୍ଷ ରଖିଲେ ଆଇ ଆଇ ସି

କେନ୍ଦ୍ରାପଡ଼ା; ନିଜର ନାମ ରେ ଉପୁଜୀ ଥିବା ବିବାଦ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ନିଜ ପକ୍ଷ ରଖିଲେ  ଆଇ ଆଇ ସି ୟୋତିର୍ମୟୀ ସେଠି.ତାଙ୍କୁ ଫସେଇ ଦିଆଯାଇଛି, ମହିଳା ପୋଲିସ ହିସାବ ରେ ତାଙ୍କ ଆତ୍ମ ସମ୍ନାନ ନଷ୍ଟ ହୋଇଛି ବୋଲି ଗଣମାଧ୍ୟମ ଆଗରେ ରଖିଲେ ପ୍ରତିକ୍ରିୟା.  କିଛି ଦିନ ତଳେ ଡେରାବିଶ ଆଇ ଆଇ ସି ଥିବା ୟୋତିର୍ମୟୀ ସେଠି ଙ୍କୁ ନେଇ ବିବାଦ ଉଠିଥିବା ବେଳେ ଜଣେ ଯୁବ  ଗଣମାଧ୍ୟମ ପ୍ରତିନିଧି  ୟୋତିର୍ମୟୀ ସେଠି ଙ୍କ ନାମ ରେ ଡେରାବିଶ ଥାନା ରେ ଅଭିଯୋଗ କରିଥିଲେ. ଖବର ସଂଗ୍ରହ ବେଳେ  ତତ୍କାଳୀନ ଡେରବିଶ ଥାନା ଅଧିକାରିଣୀ ପରେ ୟୋତିର୍ମୟୀ ସେଠି ଯୁବ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରା ଯାଇଥିଲା. ପରେ କୌଣସି କାରଣ ବଶତଃ ୟୋତିର୍ମୟୀ ସେଠି ଙ୍କର ନିକିରେଇ ଥାନା କୁ ବଦଳି ହୋଇଥିଲବ.କିନ୍ତୁ ଆଜି ୟୋତିର୍ମୟୀ  ପ୍ରେସ ମିଟ ଜରିଆ ରେ ନିଜ ପକ୍ଷ ରଖିଛନ୍ତି. ଜଣେ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରିଣୀ ଭାବେ ୟୋତିର୍ମୟୀ ନିଜ କର୍ତ୍ତବ୍ୟ ସଠିକ ଭାବେ ତୁଲାଇବା ସହ ଲୋକ ଙ୍କ ସହ ରହି ସବୁ ବେଳେ ଲୋକ ସେବା କରିବା ଓ ଅଭିଯୋଗକାରି ଙ୍କୁ ନ୍ୟାୟ ଦେବା ପାଇଁ ସେ ପ୍ରାଣପଣେ ଉଦ୍ୟମ କରିଥାନ୍ତି. ୟୋତିର୍ମୟୀ ଡେରାବିଶ ଥାନା ରେ ଇନଚାର୍ଜ ଥିବା ସମୟେ ଲୋକେ ସଠିକ ନ୍ୟାୟ ପାଆନ୍ତି ବୋଲି ଡେରାବିଶ ଅଞ୍ଚଳ ର ବିଭିନ ଲୋକେ ମତ ଦେଇଛନ୍ତି. ୟୋତିର୍ମୟୀ ଜଣେ ଭଦ୍ର, ମିଷ୍ଟ ଭାସି ଓ ସରଳ ପ୍ରବୃତି ର ମଣିଷ. ସେ ଡେରାବିଶ ଥାନା ରୁ ବଦଳି ହେବା ପରେ ଡେରାବିଶ ଅଞ୍ଚଳ ଜଣେ ଦକ୍ଷ ଥାନା ଅଧିକାରିଣୀ ଙ୍କୁ ହରାଇଥିବା କହିଛନ୍ତି ସାଧାରଣ ଲୋକେ.. ସେ ସମସ୍ତ ଙ୍କ ସୁବିଧା ଅସୁବିଧା ବୁଝନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି.ୟୋତିର୍ମୟୀ ମଧ୍ୟ ବିବାଦୀୟ ଘଟଣା ଉପରେ ନିଜ ପକ୍ଷ ରଖି ଗଣମାଧ୍ୟମ ଙ୍କୁ ପ୍ରତିକ୍ରିୟା ରେ ସମସ୍ତ ଘଟଣା ବର୍ଣନା କରିଛନ୍ତି. କିଛି କୁଚକ୍ରୀ ଗୋଷ୍ଠି ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନହେବା ରୁ ମହିଳା ଥାନାଧିକାରିଣୀ ଙ୍କୁ ଫସାଇ ଦେବାପାଇଁ ଷଡଯନ୍ତ୍ର କରି ଥିଲେ. ଓ ସୋସିଆଲ ମିଡ଼ିଆ ରେ ଅପପ୍ରଚାର କରି ତାଙ୍କ ମର୍ଯ୍ୟାଦାହାନି କରିଛନ୍ତି ବୋଲି ଜୋତିର୍ମୟୀ କହିଥିଲେ

ଅନ୍ୟମାନଙ୍କୁ ଜଣାନ୍ତୁ।