ପୁରୀ, ସ୍ବର୍ଗଦ୍ବାର କଟକଣା ମାସେ ବଢ଼ିଲା । ସେପ୍ଟେମ୍ବର ୩୦ ଯାଏଁ କଟକଣା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ରୋକିବାକୁ ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ବାରଣ କରାଯାଇଥିଲା । ଏଥିପାଇଁ ପୁରୀ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରୁ ଆସୁଥିବା ମୃତଦେହର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ସକ୍ରିୟ ରହିବ ।
ମାସେ ବଢ଼ିଲା ସ୍ବର୍ଗଦ୍ବାର କଟକଣା
- Post published:September 2, 2020
- Post category:ଓଡିଶା
- Reading time:1 mins read