You are currently viewing ହୀରାକୁଦରେ ପୁଣି ଖୋଲିଲା ୧୦ ଗେଟ : ମୋଟ ୧୬ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ହୀରାକୁଦରେ ପୁଣି ଖୋଲିଲା ୧୦ ଗେଟ : ମୋଟ ୧୬ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ଭୁବନେଶ୍ୱର (ଏଏନ୍ଏସ୍): ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଗେଟ। ଗତକାଲି ୬ଟି ଖୋଲିଥିବା ବେଳେ, ପୁଣି ଡ୍ୟାମର ୧୦ ଟି ଗେଟ ଆଜି ସକାଳ ସମୟରେ ଖୋଲା ଯାଇଛି। ବର୍ତ୍ତମାନ ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏନେଇ ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଛି। ତେବେ ଗତକାଲି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରର ଇନଫ୍ଲ ବଢ଼ୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତି ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।