You are currently viewing ଲୁଟିଲେ ୧୦ ଲକ୍ଷ

ଲୁଟିଲେ ୧୦ ଲକ୍ଷ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (ବସ୍ତା)୨୨/୦୭, ଦିନବେଳେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବାନ୍ଧିଲେ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଳେଶ୍ୱର ଜିଲ୍ଲ୍ଲା ବସ୍ତା ଅଞ୍ଚଳର ବରୁଣ ଗଡିଆରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରେ । ସୂଚନା ଅନୁଯାୟୀ ୮ ଜଣ ଦୁବୁର୍ତ୍ତ ଗ୍ରାହକ ବେଶରେ ବ୍ୟାଙ୍କ ଭିତରକୁ ପଶି କର୍ମଚାରୀ ମାନଙ୍କୁ ପ୍ରଥମେ ମାରଣାସ୍ତ୍ର ଦେଖାଇଥିଲେ । ଏଥିସହ ଗ୍ରାହକ ମାନଙ୍କୁ ମଧ୍ୟ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ପରେ ବ୍ୟାଙ୍କ କାଉଣ୍ଟରରୁ ୧୦ଲକ୍ଷ ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଗଲାବେଳେ ବ୍ୟାଙ୍କ ଗେଟ୍‌ରେ ବାହାର ପଟୁ ତାଲା ପବକାଇ ଦେଇଥିଲେ ଦୁବୁର୍ତ୍ତ । ଖବର ପାଇ ବସ୍ତା ପୋଲିସ ପହଞ୍ଚି ଗ୍ରାହକ ଓ କର୍ମଚାରୀ ମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।