You are currently viewing ୧୪ରୁ ଆରମ୍ଭ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା

୧୪ରୁ ଆରମ୍ଭ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର, ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଦଶମ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହି ପରୀକ୍ଷା ୧୪ରୁ ଆରମ୍ଭ ହୋଇ ୨୪ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୧୫୩ ଓ ଓପନ ସ୍କୁଲ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ସମୟରେ ଏବଂ ତା’ପୂର୍ବରୁ ସେଣ୍ଟରମାନଙ୍କରେ ସରକାରଙ୍କର ସମସ୍ତ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।