You are currently viewing ଗୋରୁ ଚାଲାଣ ଗାଡ଼ି ଜବତ; ୧୧ ଗିରଫ

ଗୋରୁ ଚାଲାଣ ଗାଡ଼ି ଜବତ; ୧୧ ଗିରଫ

ବାଲେଶ୍ୱର, ସାଧାରଣତଃ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ଅନେକ ସମୟରେ ଗୋରୁ ଚାଲାଣ ହେଉଥିବା ଘଟଣା ନଜିର ରହିଛି । ସଟ୍‌ଡାଉନ ଓ ଲକ୍‌ଡାଉନ କଟକଣା ଭିତରେ ପୁଣିଥରେ ଗୋରୁ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଗୋପାଳପୁର ନିକଟରୁ ୮ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଖନ୍ତାପଡ଼ା ପୋଲିସ । ଏ ସମସ୍ତ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ ହେଉଥିଲେ । ପ୍ରାୟ ୯୦ପାଖାପାଖି ଗୋରୁ ଏଥିରେ ଥିଲେ ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ତା’ଛଡ଼ା ଏହି ମାମଲାରେ ପୋଲିସ ୧୧ଜଣକୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।