You are currently viewing ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା : ଜଳସେଚନ ପ୍ରକଳ୍ପକୁ ବିରୋଧ 

ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା : ଜଳସେଚନ ପ୍ରକଳ୍ପକୁ ବିରୋଧ 

ଏଏନଏସ : ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଅ ଯାଇଛି। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଚକଧର ସମନ୍ବୟ ସମିତି ପକ୍ଷରୁ ପାଳନ କରାଯାଉଛି। ତେଲକୋଇ ୪୯ନଂ ଜଗମୋହନପୁର ଠାରେ ସମିତି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ସୂଚନା ମୁତାବକ, ଜଳସେଚନ ପ୍ରକଳ୍ପକୁ ବିରୋଧ କରି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ଚକଧରପୁର ସମନ୍ବୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ଦୋକାନ ବଜାର, ସ୍କୁଲ କଲେଜ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଅନ୍ୟପଟେ ତେଲକୋଇକୁ ଡ୍ୟୁଟିରେ ଯାଉଥିବା ବେଳେ ଭରସାମ୍ୟ ହରାଇ ପୋଲିସ ବସ ଓଲଟି ପଡିଛି। ଫଳରେ ୫ଜଣ ପୋଲିସ କର୍ମୀ ଆହତ ହୋଇ ଥିବାର ସୂଚନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।