You are currently viewing ଶ୍ରୀମନ୍ଦିର ସହ ଜଡିତ ୧୪୨କରୋନା ସଂକ୍ରମିତ

ଶ୍ରୀମନ୍ଦିର ସହ ଜଡିତ ୧୪୨କରୋନା ସଂକ୍ରମିତ

  • Post category:ଓଡିଶା
  • Reading time:1 mins read

ପୁରୀ-୦୪.୦୫.୨୦୨୧(ଅନନ୍ତ ସିଂ), ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ସତ୍ତ୍ୱେ କରୋନା ପ୍ରଭାବିତ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ । ଆଜି ସୁଦ୍ଧା ଶ୍ରୀମନ୍ଦିରେ ସେବା ସହ ଜଡିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୬୩ ଜଣ ସେବାୟତ ଓ ୩୩ ଜଣ ସେବାୟତଙ୍କ ପରିବାର ସଦସ୍ୟ ରହିଛନ୍ତି ।

ଅନ୍ୟପଟେ କରୋନା ପଜିଟିଭ ଚିହ୍ନଟ ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ୪୬କୁ ଛୁଇଁଛି । ତେବେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ୭୦ ଜଣ ଘରକୁ ଫେରିଛନ୍ତି । ଏଯାବତ ଜଣେ ସେବାୟତ ଓ ଜଣେ ଜେଟିପି କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ସେବାୟତଙ୍କୁ ଟିକାକରଣ ପାଇଁ ଟୋକନ ବଂଟନ କରାଯାଇ ଦୋଳ ମଣ୍ଡପସାହିରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।