You are currently viewing ଢ଼େଙ୍କାନାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୪କୁ ବୃଦ୍ଧି

ଢ଼େଙ୍କାନାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୪କୁ ବୃଦ୍ଧି

  • Post category:ଓଡିଶା
  • Reading time:1 mins read

(ଏଏନ୍‌ଏସ୍‌, ସର୍ବେଶ୍ୱର ବ୍ରହ୍ମା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ, ଢ଼େଙ୍କନାଳ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ସଂଖ୍ୟା ୧୪୪କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ପଜେଟିଭ ଆସିଛି । ଏବେ ତାଙ୍କର ଚିକିତ୍ସା ନିମନ୍ତେ ଢ଼େଙ୍କାନାଳ ଜିଲ୍ଲା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି ଭାବରେ ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଅଞ୍ଚଳରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି । ସେ ପାରଦ୍ୱୀପଠାରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ଏହି କ୍ରମରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୪କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ଭୂଷଣ ଚନ୍ଦ୍ର ବେହେରା । ଏମାନଙ୍କ ମଧ୍ୟରୁ ୯୩ଜଣ ସୁସ୍ଥ ହୋଇ ଫେରିଥିବାବେଳେ, ୫୧ ଟି ଆକ୍ଟିଭ କେସ୍ ରହିଛି । ତା ସହିତ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ୟମାନଙ୍କୁ ଜଣାନ୍ତୁ।