You are currently viewing ଆଜି ରାଜ୍ୟରୁ ୧୮୩ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୧୮୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୧୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୦୬ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୨୪, ବାଲେଶ୍ୱର ୨ ,ବରଗଡ଼ ୯, ଭଦ୍ରକ ୨ ,ବଲାଙ୍ଗୀର ୬,ବୌଧ ୧, କଟକ ୬, ଦେଓଗଡ ୧, ଢ଼େଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୫ ,ଜଗତସିଂହପୁର ୫, ଯାଜପୁର ୧୧, ଝାରସୁଗୁଡା ୮, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୧୦, କେଉଁଝର ୧, ଖୋର୍ଦ୍ଧା ୧୪, ମାଲକାନଗିରି ୧, ମୟୁରଭଞ୍ଜ ୫, ନୂଆପଡା ୧୦, ପୁରୀ ୬ , ସମ୍ବଲପୁର ୧୦, ସୋନପୁର ୨, ସୁନ୍ଦରଗଡ ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୦୪୯୨, ସୁସ୍ଥ ସଂଖ୍ୟା ୩୨୬୨୦୯, ସମୁଦାୟ ସକ୍ରିୟ ସଂଖ୍ୟା ୨୩୪୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୪୪ ।

ଅନ୍ୟମାନଙ୍କୁ ଜଣାନ୍ତୁ।