You are currently viewing ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

  • Post category:ଓଡିଶା
  • Reading time:1 mins read

ଢ଼େଙ୍କାନାଳ, ଢ଼େଙ୍କାନାଳ ଜିଲ୍ଲାରେ ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଉଥିବାବେଳେ, ପାଣିରେ ବୁଡ଼ି ଦୁଇ ନାବାଳିକାଙ୍କର ମୃତ୍ୟୁ ଘଟିଛି । ସୂଚନାଥାଉକି, ଦୁହେଁ ଗାଧୋଉଥିବାବେଳେ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ପରେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଆଉଜଣଙ୍କର ଢ଼େଙ୍କାନାଳ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଦୁହିଁଙ୍କ ବୟସ ୧୦ବର୍ଷ ହୋଇଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।