You are currently viewing ୨ ମହଲା କୋଠା ହଡ଼ପ ଯୋଜନା ପଣ୍ଡ

୨ ମହଲା କୋଠା ହଡ଼ପ ଯୋଜନା ପଣ୍ଡ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୮/୦୩, ରାଜଧାନୀରେ ଦୁଇ ମହଲା କୋଠା ହଡ଼ପ ଯୋଜନା ପଣ୍ଡ । ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁଷ୍କର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ । ଶେଷରେ ନିଜ ଫାନ୍ଦରେ ଛନ୍ଦି ହୋଇଛନ୍ତି । ଚନ୍ଦଶେରପୁର ପୋଲିସ ଦମ୍ପତିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ଝାରପଡା ବିଭାଗୀୟ ଜେଲକୁ ପଠାଯାଇଛି। ଗିରଫ ଦମ୍ପତି ହେଲେ ସୋନାଟା ଦାଶ ଓ ସନ୍ଦୀପ ପ୍ରସାଦ । ସୋନାଟା ଜଣେ ଫେସିଆଲ ଟ୍ରେନର । ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ର ନାମକ ମହିଳାଙ୍କ ୨ ମହଲା ଘରେ ତଳ ମହଲା ଭଡାରେ ନେଇଥିଲେ । ମାସକୁ ୪୦ ହଜାର ଭଡା ଦେଉଥିଲେ । ପରେ ଉପରମହଲା ଭଡା ନେବାକୁ ସୁମନଙ୍କୁ କହିଥିଲେ । ଏକ ଶିକ୍ଷାନୁଷ୍‌ାଂନ କରିବା ପାଇଁ ପୁରା କୋଠାକୁ ଭଡାରେ ନେଇଥିଲେ । ପୁରା ଘର ଭଡାରେ ନେଲା ବେଳେ ଏକ ଚୁକ୍ତିପତ୍ର ହୋଇଥିଲା । ଚୁକ୍ତିପତ୍ର ବେଳେ ସୋନାଟା ଓ ସନ୍ଦୀପ ଚାଲାକ କରି ଘର ବିକ୍ରି କଥା ଉଲ୍ଲେଖ କରିଥିଲେ । ଚୁକ୍ତିପତ୍ରରେ ଜଣେ ନକଲି ନୋଟାରିଙ୍କ ଦସ୍ତଖତ କରିଥିଲେ । କିଛିଦିନ ପରେ ଆଉ ଭଡା ନଦେବାରୁ ସୁମନ ଓ ତାଙ୍କ ସ୍ୱାମୀ ସେମାନଙ୍କୁ ଘର ରେଜିଷ୍ଟ୍ରି କରାଇବାକୁ କହିଥିଲା । ଏନେଇ ସୁମନ ଥାନାକୁ ଯିବା ପୂର୍ବରୁ ସୋନାଟା ସୁମନଙ୍କ ସ୍ୱାମୀଙ୍କ ନାଁରେ ମିଛି ଦୁଷ୍କର୍ମ ଉଦ୍ୟମ ମାମଲା କରିଥିଲେ । ଚନ୍ଦ୍ରଶେଖରପୁର ପୋଲିସ ଦୁଇପକ୍ଷଙ୍କୁ କୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ । ଏନେଇ ସୁମନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଚୁକ୍ତିପତ୍ର ଯାଞ୍ଚ କରାଯାଇଥିଲା। ସେଥିରେ ଥିବା ନୋଟାରିଙ୍କ ଦସ୍ତଖତ ନକଲି ବୋଲି ଜଣାପଡିଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଦମ୍ପତିଙ୍କୁ ଗିରଫ କରିଥିଲା ପୋଲିସ । ଠକ ଦମ୍ପତିଙ୍କ ନାଁରେ ପୂର୍ବରୁ ନୟାପଲ୍ଲୀ ଥାନାରେ ଦୁଇଟି ଠକେଇ ଅଭିଯୋଗ ରହିଛି। ଏମାନେ ବିଭିନ୍ନ ସ୍ଥାନରେ ଘରଭଡା ନେଇ ଘର ମାଲିକଙ୍କୁ ବ୍ଲାକମେଲ କରି ହଇରାଣ କରନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।