ଅଗଷ୍ଟ ମାସରୁ ଦୈନିକ ୨୦ହଜାର କରୋନା ଟେଷ୍ଟ କରାଯିବ । ଆଗରୁ ୧୨ ହଜାର କରାଯାଉଥିବାବେଳେ, ଏବେ ୨୦ହଜାରକୁ ବୃଦ୍ଧି କରିଦିଆଯାଇଛି । ଏଥିମଧ୍ୟରୁ ୮ ହଜାର ଆର୍ଟିଫିସିଆଲ ଏବଂ ୧୨ ହଜାର ଆଣ୍ଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ । ଏନେଇ ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ତା ସହିତ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।