You are currently viewing ଭତ୍ତା ପାଇବାରୁ ବଞ୍ଚିତ ୩ ମହିଳା; ଜିଲ୍ଲାପାଳଙ୍କୁ ଦୁଃଖ ଜଣେଇବି ନିରାଶ

ଭତ୍ତା ପାଇବାରୁ ବଞ୍ଚିତ ୩ ମହିଳା; ଜିଲ୍ଲାପାଳଙ୍କୁ ଦୁଃଖ ଜଣେଇବି ନିରାଶ

  • Post category:ଓଡିଶା
  • Reading time:1 mins read

(ଏଏନ୍ଏସ୍, ସୁକାନ୍ତ ଡାକୁଆ): ସରକାର ଦିବ୍ୟାଙ୍କ ଓ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ଯୋଜନା ଯୋଜନାରେ ରହିଯାଉଛି । ଯୋଜନା ଲୋକଙ୍କ ପାଖେରେ ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଛି । ଆଉ କେଉଁଠି ଭୋଟ ନ ଦେବାରୁ ଭତ୍ତା ପାଉଥିବା ହିତାଧିକାରୀଙ୍କ ଭତ୍ତା ମଧ୍ୟ କାଟି ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ସରକାର ୫-ଟି କଥା କହି ଡିମଡିମା ପିଟୁଥିବା ବେଳେ ଉପଯୁକ୍ତ ହିତାଧିକାରୀ ମାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ଏକ ପ୍ରହସନ ।

ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବଳଭଦ୍ରପୁର ପଞ୍ଚାୟତ କଣ୍ଡରାସିଂହ ଗ୍ରାମରେ । ୨୦୧୨ ମସିହାରୁ ଏହି ଗ୍ରାମର ବିଧବା ପ୍ରଫୁଲି ମହାପାତ୍ର, ସୁଲୋଚନା ଦେଇ, ବିଳାସ ଦେଇ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇ ଆସୁଥିଲେ । ୨୦୧୭ ମସିହାରେ ସେମାନେ ଶାସକ ଦଳକୁ ଭୋଟ ଦେଇ ନ ଥିବା କହି ଶାସକ ଦଳର କିଛି ରାଜନୀତିକ ଲୋକ ପ୍ରତିନିଧି ବ୍ଲକରୁ ତାଙ୍କ ଭତ୍ତା କାଟି ଦେଇଥିଲେ । ଏ ନେଇ ପଞ୍ଚାୟତ ଓ ବ୍ଲକଠାରୁ ଆରମ୍ଭ କରି ଭତ୍ତାଟି ପୁନଃ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହି ତିନି ଜଣ ବିଧବା ମହିଳାଙ୍କୁ ଭତ୍ତା ପ୍ରଦାନ କରା ଯାଉ ନାହିଁ ।

ଏହି ମାନେ ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଗ୍ରାମର କିଛି ଲୋକ ପ୍ରତିନିଧିମାନେ ସ୍ୱଚ୍ଛଳ ବର୍ଗ ବୋଲି ଅଭିଯୋଗ କରି ସେମାନଙ୍କ ଭତ୍ତା କାଟି ଛନ୍ତି । ଭତ୍ତା ନ ପାଇବାରୁ ସାଧାରଣ ଏହି ବିଧବା ମହିଳା ମାନେ ନିଜ ପରିବାରର ଖର୍ଚ୍ଚ ତୁଲାଇ ନ ପାରି ଅଭାବ ଅନଟନରେ ଦିନ ବିତାଉଛନ୍ତି । ସେମାନଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟ ଉପରେ ପ୍ରଶାସନର ନଜର କେବେ ପଡ଼ୁଛି ଦେଖିବାକୁ ବାକି ରହିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।