ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ ଜଣ କରୋନା ରୋଗୀ। ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧,୮୧୫ ବୃଦ୍ଧି ପାଇଛି |
ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୪୦ ବର୍ଷୀୟ ବ୍ୟକ୍ତି। ମୟୂରଭଞ୍ଜରୁ ୨ଜଣ ଥିବାବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି।
ସେପଟେ ରାଜ୍ୟରୁ ଆଜି ୩୦୦ କରୋନା ରୋଗୀ ଚିହ୍ନଟ ହୋଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୪୩୮୯ ,ସୁସ୍ଥ ସଂଖ୍ୟା ୩୧୯୪୫୮ | ସମୁଦାୟ ସକ୍ରିୟ ସଂଖ୍ୟା ୩୦୩୬ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୮୯ |

Leave A Reply

Your email address will not be published.