You are currently viewing ରାଜଧାନୀରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା

ରାଜଧାନୀରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୫/୦୨: ଭୁବନେଶ୍ୱରରୁ ନିଖୋଜ ହୋଇଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କ ବାବଦରେ ମିଳିଛି ସୁରାକ୍ । ଅଇଁଠାପଲି ପୋଲିସ ହାତରେ ଧରାପଡିଲେ ଚାରି ନିଖୋଜ ଛାତ୍ର । ୪ ନିଖୋଜ ଛାତ୍ରଙ୍କ ସାଇବର ଅପରାଧ ନେଇ ଲିଙ୍କ ନେଇ ସୂଚନା ମିଳୁଛି । ଏମାନଙ୍କ ସହ ଜଣେ ଜମତରାର ସଦସ୍ୟ ରହିଥିଲେ । ଯାହା ଦ୍ୱାରା ସାଇବର ଅପରାଧ ଲିଙ୍କ ଆସୁଥିବା ନେଇ ପୋଲିସ ସନ୍ଦେହ କରୁଛି । ସେମାନଙ୍କୁ ସମ୍ବଲପୁର ଅଇଁଠାପାଲି ଠାରେ ଠାବ କରିବା ପରେ ଗିରଫ କରିଛି ପୋଲିସ। ଅଇଁଠାପାଲି ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି।

 ତେବେ ଗତ ୧୧ ତାରିଖରୁ ସେମାନଙ୍କ ପରିବାରଲୋକ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସୁଛି । ବାରମ୍ବାର ଯୋଗାଯୋଗ କରିବା ପରେ ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ ଆସି ମେସ୍ ରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ । ନିଖୋଜ ଛାତ୍ର ହେଲେ ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଅଭୟପୁର ଗାଁର ଆଦିତ୍ୟ କୁମାର, ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁରର ଭିଶାଲ ପାଣ୍ଡେ, ଝାଡଖଣ୍ଡ ସୀତାରାମଡେରା ଥାନା ଅଂଚଳର ତ୍ରିନେତ୍ର କୁମାର ଓ ବିହାର ଜାମ୍ମୁର ଅଂଚଳର ଶେଖର ସିଂ ରାଜପୁତ । ଅଭିଯୋଗ ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ୪ ଛାତ୍ରଙ୍କୁ ଖୋଜିବାରେ ଲାଗିଥିଲା । ଏମାନେ ଗୋଟିଏ ରୁମରେ ଭଡାରେ ରହୁଥିଲେ । ତେଣୁ ଏମାନେ ସାଙ୍ଗ ହୋଇ ଘରକୁ ପଳାଇ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଥିଲା । ଏମାନଙ୍କ ମୋବାଇଲ୍ ଲୋକେଶନ ଶେଷ ଥର ପାଇଁ ସମ୍ବଲପୁରରେ ଦେଖାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।