You are currently viewing କମେଣ୍ଟମରାକୁ ନେଇ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

କମେଣ୍ଟମରାକୁ ନେଇ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ଗଞ୍ଜାମ(ଏଏନଏସ)୨୩/୦୩, ହିଞ୍ଜିଳିରେ ଗୋଷ୍ଠୀ ସଂଘର୍ଷ ଲାଗି ୪ଜଣଙ୍କୁ ହତ୍ୟା । ଗୋଟିଏ ପରିବାରର ୩ ଭାଇ ଓ ଅନ୍ୟ ଜଣେ ପୁତୁରାଙ୍କ ହତ୍ୟା ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆସିକା-ହିଞ୍ଜିଳକାଟୁ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ । ଏବେ ସୁଦ୍ଧା ଘଟଣାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ପିତଳ ନରେନ୍ଦ୍ରପୁର ଛକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯେଉଁଥିରେ ଗୋଟିଏ ପରିବାରର ପରିବାରର ୩ ଭାଇ ଓ ଅନ୍ୟ ଜଣେ ପୁତୁରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। । ଅନ୍ୟ ଏକ ଗୋଷ୍ଠୀର ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଚିକିତ୍ସାଧିନ ରହିଛନ୍ତି । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।